ଗମ୍ଭୀରଙ୍କୁ କଟାକ୍ଷ କଲେ ବିରାଟ୍‌ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଗମ୍ଭୀରଙ୍କୁ କଟାକ୍ଷ କଲେ ବିରାଟ୍‌ କୋହଲି

ଚେନ୍ନାଇ: ଆଇପିଏଲ୍‌ରେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏପର୍ଯ୍ୟନ୍ତ ଟ୍ରଫି ଜିତି ନଥିବାରୁ ପୂର୍ବତନ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଏହାକୁ କଟାକ୍ଷ କରିଛନ୍ତି। ତେବେ ଗମ୍ଭୀରଙ୍କ ଏହି କଟାକ୍ଷର ଦୃଢ଼ ଜବାବ ଦେଇଛନ୍ତି ବିରାଟ୍‌। ସେ ଗମ୍ଭୀରଙ୍କ ନାଁ ନ ନେଇ କହିଛନ୍ତି, ଯଦି ବାହାର ଲୋକଙ୍କ କଥାକୁ ମୁଁ ଗୁରୁତ୍ୱ ଦେଇଥାନ୍ତି, ତା’ହେଲେ ଆଜି ମୁଁ ଏମିତି କ୍ରିକେଟ୍‌ ଖେଳୁନଥାନ୍ତି, ବରଂ ଘରେ ବସିଥାଆନ୍ତି।

ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୨୦୧୨ ଓ ୨୦୧୪ରେ ଟ୍ରଫି ଜିତିଥିଲା। ନିକଟରେ ଗମ୍ଭୀର କହିଥିଲେ, “ବିରାଟ୍‌ ବହୁତ ଭାଗ୍ୟବାନ। କାରଣ ତାଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ଠାରେ ହେଲେ ଆଇପିଏଲ୍‌ ଟ୍ରଫି ଜିତି ନଥିଲେ ହେଁ ସେ ଟିମ୍‌ ମାଲିକଙ୍କ କ୍ରୋଧର ଶିକାର ହୋଇନାହାନ୍ତି।”

ଏହାର ଜବାବରେ ବିରାଟ କହିଛନ୍ତି, “ହଁ ଆମେ ଆଇପିଏଲ୍‌ରେ ଟ୍ରଫି ଜିତିବାକୁ ଚେଷ୍ଟା କରୁଛୁ। ଯାହା କରିବା ଦରକାର, ସେକଥା ଆମେ କରୁଛୁ। ଯଦି ମୋ ଆଇପିଏଲ୍‌ ଟ୍ରଫି ଜିତିବାକୁ ନେଇ କେହି ମୋ ପ୍ରଦର୍ଶନର ବିଚାର କରୁଥାଏ, ତା’ହେଲେ ଏହାକୁ ମୁଁ ଆଦୌ ଗୁରୁତ୍ୱ ଦେଵିନାହିଁ।

ମୁଁ ସର୍ବଦା ଯଥାସମ୍ଭବ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ। ମୁଁ ସର୍ବଦା ଟ୍ରଫି ଜିତିବାକୁ ଚେଷ୍ଟା କରେ। ହେଲେ ବେଳେ ବେଳେ ଏହା ସମ୍ଭବ ହୋଇପାରେ ନାହିଁ। ଯଦି ମୁଁ ବାହାର ଲୋକଙ୍କ କଥାକୁ ଗୁରୁତ୍ୱ ଦେଇଥାନ୍ତି, ତା’ହେଲେ ମୁଁ ବୋଧେ ୫ଟି ମ୍ୟାଚ୍‌ ମଧ୍ୟ ଖେଳିବାକୁ ସକ୍ଷମ ହୋଇ ନଥାନ୍ତି। ଆଜି ମୁଁ ଘରେ ବସିଥାଆନ୍ତି।”

ଚେନ୍ନାଇ ସୁପରକିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ୍‌ କୋହଲିଙ୍କୁ ତୁଳନା କରିବାକୁ ଯାଇ ଗମ୍ଭୀର ଏଭଳି ବୟାନ ଦେଇଥିଲେ।



from Odisha Reporter https://ift.tt/2UShcIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages