ଦୋଷ ନ କରି ଦଣ୍ଡ: ଭୁଲ ସ୍ୱୀକାର କଲେ ପୁଲିସ କମିଶନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଦୋଷ ନ କରି ଦଣ୍ଡ: ଭୁଲ ସ୍ୱୀକାର କଲେ ପୁଲିସ କମିଶନର

କଟକ(ଓଡ଼ିଶା ରିପୋର୍ଟର): ଅଭିଯୁକ୍ତ ନ ହୋଇ ବି ଜଣେ ବ୍ୟକ୍ତି ଗିରଫ ହେବା ଓ ପରେ ଜେଲ ଯିବା ଘଟଣାରେ ଭୁଲ ସ୍ୱୀକାର କରିଛନ୍ତି ପୁଲିସ କମିଶନର। ଘଟଣାର ତଦନ୍ତ ପରେ ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି,“ ଏ ଘଟଣାରେ ଉଭୟ ଅଭିଯୁକ୍ତ ଓ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଠିକଣା ଓ ବାପାଙ୍କ ନାଁ ସମାନ ଥିବାରୁ ତଦନ୍ତକାରୀ ଅଧିକାରୀ ତ୍ରୁଟି କରିଥିଲେ। ତେବେ ଏଥିପାଇଁ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ ହେବ। ଭୁଲରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିବାକୁ କୋର୍ଟରେ ଆବେଦନ କରାଯିବ।”

ଗତ ୧୧ ତାରିଖରେ ଏକ ରାହାଜାନୀ ମାମଲାରେ ପୁରୁଣା ଓ୍ୱାରେଣ୍ଟିକୁ ଧରିବାକୁ ଯାଇ କଟକ ଲାଲବାଗ ପୁଲିସ ଚାନ୍ଦିନିଚୌକ ଅଞ୍ଚଳର ଚନ୍ଦନ ମହାରଣାଙ୍କ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତେବେ ଚନ୍ଦନଙ୍କୁ ବିନା କାରଣରେ ପୁଲିସ ଗିରଫ କରିଥିବା ଦର୍ଶାଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଡିସିପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2TSASQp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages