କଂଗ୍ରେସ ଆମ ଯବାନଙ୍କ ବଳିଦାନକୁ ଅପମାନିତ କରିଛି : ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

କଂଗ୍ରେସ ଆମ ଯବାନଙ୍କ ବଳିଦାନକୁ ଅପମାନିତ କରିଛି : ଶାହ

ନୂଆଦିଲ୍ଲୀ:ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନିଜର ପକ୍ଷ ସ୍ପଷ୍ଟ କରିଵାକୁ ବିଜେପିି ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆହ୍ୱାନ କରିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି, କଂଗ୍ରେସ ଭାରତୀୟ ଯବାନଙ୍କ ବଳିଦାନକୁ ଅପମାନିତ କରିଛି ଏବଂ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେ କହିଛନ୍ତି, ନିର୍ବାଚନ ବେଳେ କଂଗ୍ରେସ ‘ଭୋଟ୍ ବ୍ୟାଙ୍କ’ ଏବଂ ‘ତୁଷ୍ଟିକରଣ’ ରାଜନୀତି କରିବା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ରାହୁଲଙ୍କୁ ଉତ୍ତର ରଖିବାର ଅଛି, ତାଙ୍କ ଦଳର ସ୍ୱାର୍ଥ କ’ଣ ଜାତୀୟ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ? ସହିଦ ଯବାନଙ୍କ ଶୋକସନ୍ତପ୍ତ ପରିବାରକୁ ନେଇ କ’ଣ ରାଜନୀତି କରାଯାଏ?

ପିଟ୍ରୋଡା ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇବାକୁ ନେଇ ଅମିତ ଶାହ କହିଛନ୍ତି, ରାହୁଲ ଦେଶବାସୀଙ୍କୁ, ପୁଲଓ୍ବାମା ସହିଦଙ୍କ ପରିବାରଙ୍କୁ ଏବଂ ଭାରତୀୟ ସେନାକୁ କ୍ଷମା ମାଗନ୍ତୁ।

ଶାହ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି, କଂଗ୍ରେସ କ’ଣ ଭାବୁଛି ଯେଦେଶରେ ଘଟୁଥିବା ଆତଙ୍କୀ କାର୍ଯ୍ୟକଳାପ ପଛରେ ପାକିସ୍ତାନ ସରକାର କିମ୍ବା ପାକିସ୍ତାନ ସେନାର କିଛି ମଧ୍ୟ ଭୂମିକା ନାହିଁ? କଂଗ୍ରେସର ବିଭିନ୍ନ ନେତା ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇଆସୁଥିଲେ ମଧ୍ୟ ଦଳ କିଛି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ସେମାନେ ସମସ୍ତେ ରାହୁଲଙ୍କ ନିକଟବର୍ତ୍ତୀ ଲୋକ ହୋଇଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି।

ପିଟ୍ରୋଡ଼ା କହିଥିଲେ, କିଛି ଲୋକଙ୍କ ଭୁଲ ପାଇଁ ଆମେ ଗୋଟିଏ ଦେଶକୁ ଦାୟୀ କରି ତା ଉପରେ ଡେଇଁପଡ଼ିବା ଠିକ ନୁହେଁ।



from Odisha Reporter https://ift.tt/2WjXLsK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages