ଜମ୍ମୁ ମୁଖ୍ୟ ବସ୍‌ଷ୍ଟାଣ୍ଡରେ ବସ୍‌ରେ ଗ୍ରେନେଡ୍‌ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଜମ୍ମୁ ମୁଖ୍ୟ ବସ୍‌ଷ୍ଟାଣ୍ଡରେ ବସ୍‌ରେ ଗ୍ରେନେଡ୍‌ ବିସ୍ଫୋରଣ

bus

ନୂଆଦିଲ୍ଲୀ: ଜମ୍ମୁ ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡରେ ଗୁରୁବାର ଗ୍ରେନେଡ୍ ବିସ୍ଫୋରଣ ହୋଇଛି। ଏକ ବସ୍‌ ଭିତରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଥିରେ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ବେଳେ ବସ୍ ଭିତରେ କେହି ଯାତ୍ରୀ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍ ଦେଇଥିବା ସୂଚନା ମୁତାବକ, ଅଧିକାଂଶ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି।

ପୁଲିସ୍ ଘଟଣାସ୍ଥଳକୁ ଘେରି ଦେଇଛି ଓ ଘଟଣାର ତଦନ୍ତ କରୁଛି। ବସ୍‌ ତଳେ ଗ୍ରେନେଡ୍‌ଟି ରଖା ଯାଇଥିଲା ବୋଲି ପୁଲିସ୍ ଅନୁମାନ କରୁଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ପ୍ରଥମେ ମୁଁ ଭାବିଲି ବସ୍ ଚକା ଫାଟିଲା। କିନ୍ତୁ ବିସ୍ଫୋରଣର ତୀବ୍ରତା ବହୁତ ଜୋର ଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter https://ift.tt/2HkiyIO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages