ପରୀକ୍ଷା ପାଇଁ ଚିନ୍ତିତ କି? ଏହିଭଳି କରନ୍ତୁ ଟାଇମ୍ ମ୍ୟାନେଜ୍‌ମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ପରୀକ୍ଷା ପାଇଁ ଚିନ୍ତିତ କି? ଏହିଭଳି କରନ୍ତୁ ଟାଇମ୍ ମ୍ୟାନେଜ୍‌ମେଣ୍ଟ

ଏବେ ଚାଲିଛି ପରୀକ୍ଷାର ସମୟ । ପ୍ରତ୍ୟେକ ପିଲାଙ୍କ ସହ ଅଭିଭାବକ ପରୀକ୍ଷାକୁ ନେଇ ଚିନ୍ତାଗ୍ରସ୍ତ। ଏତେ କମ୍‌ ସମୟରେ ଏତେ ସବୁ ବିଷୟକୁ  କିପରି ଶେଷ କରିବେ !ରିଲାକ୍ସ ! ଏମିତି ସମୟରେ ଗୋଟିଏ କଥା ମନେ ରଖିବାକୁ ପଡ଼ିବ, ଚାପଶୂନ୍ୟ ହୋଇ ପାଠ ପଢ଼ିଲେ ଆପଣ ସବୁ ବିଷୟ ମନେ ରଖିପାରିବେ।

କିଭଳି ପଢ଼ିଲେ ପାଠ ମନେ ରହିବ,  ପାଠ ପଢ଼ା ରୁଟିନ୍‌ କିଭଳି କରିବେ ଆସନ୍ତୁ ଜାଣିବା।

୧- ପ୍ରଥମେ ନିଜର ପାଠ୍ୟ ଖସଡ଼ା ବା ରୁଟିନ୍‌ ପ୍ରଥମେ ତିଆରି କରିଦିଅନ୍ତୁ। ଆଉ ସେହି ଅନୁସାରେ ପାଠ ପଢ଼ନ୍ତୁ। କେତେବେଳେ କେଉଁ ବିଷୟ ପଢ଼ିବେ ତାହା ସବୁ ଆଗରୁ ନୋଟ୍‌ କରି ନିଅନ୍ତୁ।

୨- ନିଜକୁ ବୁଝାଇ ଦିଅନ୍ତୁ ଯେ, ଆପଣଙ୍କୁ ପରୀକ୍ଷା ପାଇଁ ଯଥେଷ୍ଟ ସମୟ ଦେଇ ପଢିବାକୁ ପଡ଼ିବ । ଆଉ ସେହି ଅନୁସାରେ ପାଠରେ ମନ ଦିଅନ୍ତୁ। ବାହାର କଥା କିମ୍ବା  ସାଙ୍ଗ କିଭଳି ପଢ଼ୁଛି ତାହା ଚିନ୍ତା ନ କରି ନିଜେ କିଭଳି ପଢ଼ିବେ ତାହା ଭାବନ୍ତୁ।

୩- ସୋଶାଲ ମିଡିଆଠୁ  ଯଥା ସମ୍ଭବ ଦୂରେଇ ରୁହନ୍ତୁ। କାରଣ ସୋଶାଲ ମିଡ଼ିଆ ବ୍ୟବହାର କଲାବେଳେ କେତେବେଳେ ସମୟ ଚାଲି ଯାଏ ତାହା ଜଣା ପଡ଼େ ନାହିଁ। ତେଣୁ ପରୀକ୍ଷା ସମୟରେ ସୋଶାଲ ମିଡିଆରୁ ଦୂରେଇ ରହିବା ଭଲ।

୪- ଆଉଗୋଟେ ବଡ଼ କଥା ହେଲା ଟାଇମ୍‌ ମ୍ୟାନେଜ୍‌ମେଣ୍ଟ । ଆପଣ କେତେବେଳେ କ’ଣ ପଢ଼ିବେ ଆଉ ନିଜ କାମ କେତେବେଳେ କରିବେ ତାହା ଆଗରୁ ଲେଖି ରଖିଦିଅନ୍ତୁ। ସେହି ଅନୁସାରେ କାମ କରନ୍ତୁ।

୫- ପରୀକ୍ଷା ଅଛି ବୋଲି ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। ମୁଣ୍ଡରେ ଚାପ ମଧ୍ୟ ପକାନ୍ତୁ ନାହିଁ। ଚିନ୍ତା, ଚାପରେ ରହିଲେ, ଯାହା ପଢ଼ିବେ ତାହା ମନେ ରହିବ ନାହିଁ।

୬- ସବୁବେଳେ ଆପଣଙ୍କ ଲକ୍ଷ୍ୟ  କ’ଣ, ତାହା ଧ୍ୟାନରେ ରଖି ପାଠ ପଢ଼ନ୍ତୁ। ଏହି ସମୟରେ ସାଙ୍ଗ ସାଥିଙ୍କ ସହ କମ୍‌ ମିଶନ୍ତୁ।

୭- ଅଧ‍କାଂଶ ପିଲାଙ୍କ କ୍ଷେତ୍ରରେ  ଦେଖାଯାଏ ଯେ, ପାଠ ପଢ଼ିଲା ବେଳେ ବାହାର କଥା ସବୁ ମନ ଭିତରକୁ ଆପେ ଆପେ ପଶି ଆସେ ଆଉ ସେମାନେ ପାଠ ପଢ଼ାରୁ ଲଧ୍ୟଭ୍ରଷ୍ଟ ହୁଅନ୍ତି। ତେଣୁ ଏହିଠାରେ ଆପଣ ଥଣ୍ଡା ମୁଣ୍ଡରେ ଭାବନ୍ତୁ ଯେ, ଏହା ପାଠ ପଢିବାର ସମୟ, ଭବିଷ୍ୟତ ଗଢ଼ିବା ସମୟ। ତେଣୁ ପାଠପଢାରୁ ବିଚ୍ୟୁତ ହେବିନି।

୮- ଆପଣ ଏହା ମଧ୍ୟ ଭାବନ୍ତୁ ନାହିଁ ଯେ, ଆପଣ ଗୋଟେ ଦିନରେ ସବୁ ପାଠ ପଢ଼ି ମନେ ରଖିଦେବେ। ସବୁଦିନ କିଛି କିଛି ପାଠ ପଢ଼ନ୍ତୁ। ଏମିତି କଲେ ଆପଣ ସହଜରେ ପାଠ ମନେ ରଖି ପାରିବେ।

୯- ଯେ ପର୍ଯ୍ୟନ୍ତ ଆପଣ ପାଠ ବିଷୟରେ ସଚେତନ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କ ପିତା ମାତା ବା ପରିବାରର କେହି ବି ଆପଣଙ୍କୁ ସଚେତନ କରିପାରିବେ ନାହିଁ। ତେଣୁ ସବୁବେଳେ ପାଠ ପ୍ରତି ସଚେତନ ରୁହନ୍ତୁ।

୧୦- ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ ଆଉ ତାହା କରିପାରିବେ କି  ନାହିଁ  ସେ ନେଇ  ଭାବନ୍ତୁ ନାହିଁ। ବରଂ ଏହା ଭାବି ପରୀକ୍ଷା ଦିଅନ୍ତୁ ଯେ, ମୁଁ ଏପରି ପଢ଼ିବି ଯେମିତି ପରୀକ୍ଷାରେ ଆସିବାକୁ ଥିବା ସବୁ ପ୍ରଶ୍ନର ଉତ୍ତର ମତେ ଜଣାଥିବ।

ଅଭିଭାବକ ମାନେ ମଧ୍ୟ ଏହି ସମୟରେ ପିଲାଙ୍କୁ ଅଧିକ ଚାପ ଦିଅନ୍ତୁ ନାହିଁ। ପିଲା ଯେପରି ପଢ଼ିବାକୁ ଚାହୁଛି ଆଉ ସବୁ ମନେ ରଖି ପାରୁଛି ତାକୁ ତାହାହିଁ କରିବାକୁ ଦିଅନ୍ତୁ। ପାଠ ପଢ଼ା ବ୍ୟତିତ ଅଳ୍ପ ମାଇଣ୍ଡ ଫ୍ରେସ୍‌ କରିବାକୁ ମଧ୍ୟ ଦିଅନ୍ତୁ। କାରଣ ସବୁବେଳେ ପଢ଼ିଲେ କମ୍‌ ମନେ ରହିବା ସହ  ଭୁଲିବାର ଆଶଙ୍କା ଅଧିକ ଥାଏ।



from Odisha Reporter https://ift.tt/2tQO1KF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages