ବିଜେପିରେ ଯୋଗଦେଲେ କ୍ରିକେଟର ଗୌତମ ଗମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ବିଜେପିରେ ଯୋଗଦେଲେ କ୍ରିକେଟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ସମସ୍ତକଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଗୌତମ ଗମ୍ଭୀର । ଦିଲ୍ଲୀ ଦଳୀୟ କାର୍ଯ୍ଯାଳୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭିଜନ ଓ ନେତୃତ୍ବକୁ ବିଶ୍ବାସ କରି ବିଜେପିରେ ଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି।

ତେବେ ଗମ୍ଭୀର ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ ନିର୍ବାଚନ କମିଟି ବିଚାର କରିବ। କିନ୍ତୁ ବିଜେପି ପାଇଁ ଗମ୍ଭୀର ଚଳିତ ନିର୍ବାଚନରେ ପ୍ରଚାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

କ୍ରିକେଟକୁ ବାଏ ବାଏ କହିସାରିଥିବା ଏହି ପୂର୍ବତନ କ୍ରିକେଟର ଆଜି ବିଜେପିରେ ସାମିଲ ହୋଇ ରାଜନୀତିର ଇନିଂସ ଆରମ୍ଭ କରିଛନ୍ତି। ୫୮ଟି ଟେଷ୍ଟ, ୧୫୦ଟି ଦିନିକିଆ ଭାରତ ତରଫରୁ ଖେଳିବା ସହ ୧୧୦୦୦ ରନ କରିବାରେ ସକ୍ଷମ ହୋଇଛନ୍ତି ଗୌତମ ଗମ୍ଭୀର। ଭାରତ ଓ ଆଇପିଏଲର ଦିଲ୍ଲୀ ଡ଼େୟାର ଡ଼େହିଲସ କୋଲକତା ନାଇଟ୍ ରାଇଡର୍ସ (କେକେଆର) ଟିମରୁ ଖେଳିଛନ୍ତି ଗମ୍ଭୀର। ନିଜ ଅଧିନାୟକତ୍ବରେ କେକେଆରକୁ ଦୁଇ ଥର ଟ୍ରଫି ଜିତାଇବାରେ ସକ୍ଷମ ହୋଇଛନ୍ତି। ଏଥିସହ ଭାରତ ୱାର୍ଲକପ ଜିତିବାରେ ଗମ୍ଭୀରଙ୍କର ବଡ଼ ଯୋଗଦାନ ରହିଛି।

ଗମ୍ଭୀର ବିଭିନ୍ନ ସାମାଜିକ କାମ କରିବା ସହ ଲୋକଙ୍କ ସହ ଅଛନ୍ତି। ନିକଟରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପିଲାଙ୍କର ପାଠ ପଢ଼ିବା କଥା ତାଙ୍କ ନାମରେ ତିଆରି ହୋଇଥିବା ଫାଉଣ୍ଡେସନ ବୁଝିବ ବୋଲି ସେ କହିଥିଲେ। ସେହିପରି ଦେଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସେ ଖୋଲାଖୋଲି ମତ ରଖୁଛନ୍ତି।

ପୂର୍ବରୁ ନବଜୋତ ସିଂହ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ ଓ କୀର୍ତ୍ତି ଆଜାଦଙ୍କ ଭଳି କ୍ରିକେଟରମାନେ ରାଜନୀତିରେ ପାଦ ଦେବାର ନଜିର ରହିଛି। ତେଣୁ ଏହି ତାଲିକାରେ ଗମ୍ଭୀର ମଧ୍ୟ ଯୋଡ଼ିବା କିଛି ନୂଆ କଥା ନୁହେଁ।



from Odisha Reporter https://ift.tt/2U2D337

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages