
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ସମର୍ଥନ ଦେଉଥିବା ମୁସ୍ଲିମ ସଂଗଠନ ‘ରାଷ୍ଟ୍ରୀୟ ମୁସ୍ଲିମ ମ୍ଞ୍ଚ’ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାମ ମନ୍ଦିର ପାଇଁ ପ୍ରଚାର କରିବ। ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ପ୍ରଚାର କରିବା ସହ ବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ବୁଝାଇବ । ଆରଏସ୍ଏସ୍ର ପୂର୍ବତନ ମୁଖ୍ୟ କେ.ସୁଦର୍ଶନଙ୍କ ଦ୍ୱାରା ପ୍ରଭାବିତ ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାର ବିବାଦୀୟ ଭୂମିରେ ମନ୍ଦିର ନିର୍ମାଣ ହେବା ଉଚିତ୍।
ଏହା ପାଖରେ ଅନ୍ୟ ଧର୍ମର ପୀଠସ୍ଥଳୀମାନ ରହିବ।। କିଛି ଦିନ ତଳେ ବିଜେପିର ରାମଲାଲଙ୍କ ସହ ଏକ ବୈଠକରେ ରାଷ୍ଟ୍ରୀୟ ମୁସ୍ଲିମ ମଞ୍ଚର ନେତମାନେ ଆଲୋଚନା କରିଥିଲେ। ମୁସ୍ଲିମ ମଞ୍ଚ ନେତାମାନେ କହିଥିଲେ କି, ବିଜେପି ମୁସ୍ଲିମ୍ ସଂପ୍ରଦାୟର ବିରୋଧୀ ନୁହେଁ। ବରଂ ବିଜେପି ସେମାନଙ୍କୁ ସମସ୍ତଙ୍କ ସହ ସମାନ ବୋଲି ଭାବେ । ଏହି ସତ୍ୟ ସବୁ ମୁସ୍ଲିମ ସଂପ୍ରଦାୟର ହୃଦ୍ବୋଧ ହେବା ଉଚିତ୍। ବିଜେପିର ନୀତି ତୁଷ୍ଟିକରଣ ରାଜନୀତି ନୁହେଁ।
ମୁସ୍ଲିମ୍ ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ମହମ୍ମଦ ଅଫଜଲ କହିଛନ୍ତି, ବିଜେପିର ଅଳ୍ପ ସଂଖ୍ୟକ ସେଲ୍ ସହ ଆମେ କାମ କରିବୁ। ବିଶେଷକରି ପଶ୍ଚିମବଙ୍ଗ, ବିହାର, ୟୁପିରେ ପ୍ରାୟ ୧୨୦ ସିଟ ଯେଉଁଠାରେ କି ମୁସ୍ଲିମ୍ଙ୍କ ସଂଖ୍ୟା ଅଧିକ ରହିଛି, ସହିସବୁ ସ୍ଥାନରେ ମୁସ୍ଲିମ ମଞ୍ଚ ବିଜେପିର ପ୍ରଚାର କରିବ। ଦଳର ବିଭିନ୍ନ ଗୋଷ୍ଠୀ ମଦ୍ରାସା ତଥା ଅନ୍ୟ ମୁସ୍ଲିମ ସଂଗଠନକୁ ଯାଇ ଲୋକଙ୍କୁ ବିଜେପିର ଅଭିମୁଖ୍ୟ ସମ୍ପର୍କରେ ବୁଝାଇବ। ଏହାବ୍ୟତୀତ କେତେକ ବିଶେଷ ସ୍ଥାନରେ ମୁସ୍ଲିମ ମଞ୍ଚ ୫୦ରୁ ୧୦୦ ଲୋକଙ୍କୁ ଏକାଠି କରି ବିଜେପି ସପକ୍ଷରେ ଭୋଟ ଦେବାକୁ କହିବ ବୋଲି ନିଷ୍ପତି ନେଇଛି।
from Odisha Reporter https://ift.tt/2JxKQSP
No comments:
Post a Comment