ଟିଟିଲାଗଡ଼ ଟିକେଟ୍ ଚର୍ଚ୍ଚାକୁ ନେଇ ସୁରେନ୍ଦ୍ରଙ୍କ ସମର୍ଥକ ଅସନ୍ତୁଷ୍ଟ; ସଇଁତଳା ବନ୍ଦ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଟିଟିଲାଗଡ଼ ଟିକେଟ୍ ଚର୍ଚ୍ଚାକୁ ନେଇ ସୁରେନ୍ଦ୍ରଙ୍କ ସମର୍ଥକ ଅସନ୍ତୁଷ୍ଟ; ସଇଁତଳା ବନ୍ଦ ଡାକରା

saintala

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): କଂଗ୍ରେସ ଗତକାଲି ରାତିରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଟିଟିଲାଗଡ଼ ବିଧାନସଭା ଆସନର ନାଁ ନାହିଁ। ତେବେ ଏହି ଆସନ ପାଇଁ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେବା ପରେ ଏହାକୁ ନେଇ ଦଳର କିଛି କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ହେଉଛନ୍ତି ଦଳର ଅନ୍ୟତମ ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇଙ୍କ ସମର୍ଥକ।

ଶରତ ପଟ୍ଟନାୟକଙ୍କୁ ଟିଟିଲାଗଡ଼ ଟିକେଟ୍ ଦିଆଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ସୁରେନ୍ଦ୍ରଙ୍କ ସମର୍ଥକମାନେ ଆଜି ସଇଁତଳାରେ ବନ୍ଦ ଡାକରା ଦେଇଛନ୍ତି। ସେମାନେ ଦୋକାନ, ବଜାର ବନ୍ଦ କରିବା ସହିତ ୨୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଛନ୍ତି। ସେମାନେ ସୁରେନ୍ଦ୍ରଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରିଛନ୍ତି।

ସୁରେନ୍ଦ୍ର ସିଂହ ଭୋଇ ଗତ ଥର ଟିଟିଲାଗଡ଼ରୁ ପ୍ରାର୍ଥୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ଠାରୁ ୧୪,୦୨୨ ଭୋଟ୍‌ରେ ହାରି ଯାଇଥିଲେ। ଟୁକୁନି ସାହୁଙ୍କୁ ବିଜେଡି ଏଥର ପୁଣି ପ୍ରାର୍ଥୀ କରିଛି। ୨୦୦୯ରେ ସୁରେନ୍ଦ୍ର ସିଂହ ଭୋଇ ଟିଟିଲାଗଡ଼ରୁ କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଥିଲେ। ସେ ବିଜେଡିର ଯୋଗେନ୍ଦ୍ର ବେହେରାଙ୍କୁ ପରାସ୍ତ କରିଥିଲେ।



from Odisha Reporter https://ift.tt/2UI0XOz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages