ଭାଇରାଲ୍‌ ହେଉଛି ଦିଶାଙ୍କ ବୋଲ୍ଡ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଭାଇରାଲ୍‌ ହେଉଛି ଦିଶାଙ୍କ ବୋଲ୍ଡ ଫଟୋ

ମୁମ୍ବାଇ: ବଲିଉଡ ନାୟିକା ଦିଶା ପଟାନୀ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ନିଜର ଭିନ୍ନ ଭିନ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଫଟୋ ଓ ଭିଡିଓଗୁଡ଼ିକୁ ସୋଶାଲ୍ ମିଡିଆରେ ବେଶ୍ ପସନ୍ଦ କରାଯାଏ। ଏବେ ଦିଶା ପୁଣି ନିଜର ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଏବେ ସେ ଲାଇମ୍‌ଲାଇଟ୍‌କୁ ଆସି ଯାଇଛନ୍ତି। ଏହି ଫଟୋରେ ସେ ଲାଲ୍‌ ରଙ୍ଗର ବିକିନି ଓ ବ୍ଲୁ ଡେନିମ୍ ପିନ୍ଧିଛନ୍ତି।

ଦିଶାଙ୍କର ଏହି ଫଟୋ ମାତ୍ର କିଛି ଘଣ୍ଟା ଭିତରେ ଭାଇରାଲ ହୋଇଯାଇଛି। ମାତ୍ର ୨୦ ଘଣ୍ଟା ଭିତରେ ଦିଶାଙ୍କ ଫଟୋକୁ ୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଅନେକ ଲୋକଙ୍କୁ ଦିଶାଙ୍କର ଏହି ବୋଲ୍ଡ ଅନ୍ଦାଜ୍ ପସନ୍ଦ ଆସୁଥିବାବେଳେ କିଛି ଲୋକ ଏହି ଫଟୋକୁ ନେଇ ଦିଶାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ଫଟୋରେ ଟ୍ରୋଲର୍ସ ଅଶ୍ଳୀଳ କମେଣ୍ଟ କରୁଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଫଟୋ ପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲ୍‌ କରାଯାଉଛି। ଏହାପୂର୍ବରୁ ଅନେକ ବଲିଉଡ ସେଲେବ୍‌ଙ୍କୁ ସେମାନଙ୍କ ଡ୍ରେସିଂ ସେନ୍ସକୁ ନେଇ ଟ୍ରୋଲ୍‌ କରାଯାଇଛି।

ଦିଶାଙ୍କ ୱର୍କ ଫ୍ରଣ୍ଟ କଥା କହିଲେ, ଖୁବ୍ ଶୀଘ୍ର ଫିଲ୍ମ ‘ଭାରତ୍’ରେ ସେ ନଜର ଆସିବେ। ଏହି ଫିଲ୍ମରେ ଦିଶାଙ୍କ ଜବରଦସ୍ତ ଷ୍ଟଣ୍ଟ ଦେଖିବାକୁ ମିଳିବ। ଫିଲ୍ମରେ ମୁଖ୍ୟ ଭୂମିକାରେ ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌ ଅଭିନୟ କରିଛନ୍ତି। ସଲମାନ୍‌ଙ୍କ ବ୍ୟତୀତ ଫିଲ୍ମରେ କ୍ୟାଟ୍ରିନା କୈଫ୍, ସୁନୀଲ ଗ୍ରୋବର ମଧ୍ୟ ନଜର ଆସିବେ। ‘ଭାରତ୍‌’ ଚଳିତ ବର୍ଷ ଇଦ୍‌ରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବାସ୍‌ ଜଫର୍।



from Odisha Reporter https://ift.tt/2Cv6AIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages