‘ଆଣ୍ଟି ନ୍ୟାସନାଲ’ ପୋଷ୍ଟ ପାଇଁ ଆଣ୍ଠେଇଲେ ପ୍ରଫେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

‘ଆଣ୍ଟି ନ୍ୟାସନାଲ’ ପୋଷ୍ଟ ପାଇଁ ଆଣ୍ଠେଇଲେ ପ୍ରଫେସର

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରି ସୋଶାଲ ମିଡିଆରେ ଦେଶ ବିରୋଧୀ ( ‘ଆଣ୍ଟି ନ୍ୟାସନାଲ’ ) ପୋଷ୍ଟ କରିଥିବା ଅଭିଯୋଗ ଆଣି କର୍ଣ୍ଣାଟକାର ଏକ କଲେଜ୍‌ର ପ୍ରଫେସରଙ୍କୁ ଏବିଭିପିର ସଦସ୍ୟମାନେ ଆଣ୍ଠେଇବାକୁ ବାଧ୍ୟ କରିଥିବା ଖବର ମିଳିଛି। କର୍ଣ୍ଣଟକାର ବିଜୟପୁରାଠାରେ ଏହି ଘଟଣା ଘଟିଛି।

ପାକିସ୍ତାନଏବଂ ଭାରତ ମଧ୍ୟରେ ବର୍ତ୍ତମାନ ଲାଗି ରହିଥିବା ସ୍ଥିତି ବାବଦରେ କାହାକୁ ଅଛପା ନାହିଁ। କିନ୍ତୁ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି ନିଜକୁ ପ୍ରଗତିଶୀଳ ଏବଂ ଉଚ୍ଚଶିକ୍ଷିତ ଦର୍ଶାଇବାକୁ ଯାଇ କିଛି ବ୍ୟକ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମହାନ ଦର୍ଶାଇ ଟ୍ୱିଟ୍‌ କରିଆସୁଛନ୍ତି।

ଦୁଇ ଦେଶ ମଧ୍ୟରେ ଆକାଶ ମାର୍ଗରେ ଲଢ଼େଇ ପରେ ସୀମା ସେପଟେ ଖସିପଡ଼ି ଗିରଫ ହୋଇଥିବା ପାଇଲଟ୍‌ ଅଭିନନ୍ଦନ ବର୍ତମାନଙ୍କୁ ଇମ୍ରାନ ଛାଡ଼ିଦେବାପାଇଁ ନିଷ୍ପତ୍ତି ନେବାପରେ ଏଭଳି ଟ୍ୱିଟ୍‌ ସବୁ ଦେଖିବାକୁ ମିଳୁଛି। ଯଦିଓ ବିଶ୍ୱସ୍ତରରେ ଚାପ ଏବଂ ଜେନେଭା ଚୁକ୍ତି ଆଧାରରେ ହିଁ ସେ ଏହି ନିଷ୍ପତ୍ତି ନେଇଥିଲେ, ଭାରତରେ ସରକାରୀ ଦଳର ବିରୋଧୀମାନେ ଏହାକୁ ଇମ୍ରାନଙ୍କ ମହାନତା ଭାବେ ଦର୍ଶାଇ ଆସୁଛନ୍ତି।

ସନ୍ଦୀପ ୱାଥର ନାମକ ଏହି ପ୍ରଫେସର ୨ଟି ପୋଷ୍ଟ କରିଥିଲେ। ଗୋଟିଏରେ ବିଜେପି ଦେଶରେ ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ଆଣିଥିଲେ ଏବଂ ଇମ୍ରାନଙ୍କୁ ଭୁରି ଭୁରି ପ୍ରଶଂସା କରି ତାଙ୍କୁ ଶାନ୍ତିଦୂତ ବୋଲି ଦର୍ଶାଇଥିଲେ।

ଅନ୍ୟଟିରେ ‘ଭକ୍ତ’ମାନଙ୍କୁ ସମାଲୋଚନା କରି ସେ ଲେଖିଥିଲେ, ସେମାନେ ଦେଶରେ ହିଂସା ଏବଂ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରୁଛନ୍ତି।

ତାଙ୍କର ଏହି ପୋଷ୍ଟ ପରେ ଉଭୟ ବିଜେପି ଏବଂ ଏବିଭିପି କର୍ମୀମାନେ ତାଙ୍କ ଇସ୍ତଫା ଦାବି କରିବାରୁ ସେ ଫେସବୁକ୍‌ରୁ ଦୁଇଟି ଯାକ ପୋଷ୍ଟ ଡିଲିଟ୍‌ କରି ଦେଇଥିଲେ। ଏହା ପରେ ମଧ୍ୟ ବିବାଦ ଥମି ନଥିଲା। କଲେଜ ପ୍ରଶାସନ ତାଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ।

ପ୍ରଫେସର କ୍ଷମା ମାଗିବାକୁ ବାହାରକୁ ଆସିବାରୁ ତାଙ୍କୁ ଜୋର କରି ଆଣ୍ଠେଇବାକୁ କହିଥିଲେ ଏବିଭିପିର କର୍ମକର୍ତ୍ତା। ସେ ହାତ ଯୋଡ଼ି ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ। ଭବିଷ୍ୟତରେ ମଧ୍ୟ ଏଭଳି ପୋଷ୍ଟ ନକରିବାକୁ ଏବିଭିପି କର୍ମୀମାନେ ତାଙ୍କୁ ଚେତାବନୀ ଦେଇଥିଲେ।



from Odisha Reporter https://ift.tt/2SFzn2O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages