ଦିନେ କଳାକାରଙ୍କ ଚପଲ ଉଠାଉଥିବା ଏହି ବ୍ୟକ୍ତି ଆଜି ବଲିଉଡ୍‌ର ଚର୍ଚ୍ଚିତ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଦିନେ କଳାକାରଙ୍କ ଚପଲ ଉଠାଉଥିବା ଏହି ବ୍ୟକ୍ତି ଆଜି ବଲିଉଡ୍‌ର ଚର୍ଚ୍ଚିତ ନାଁ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): କୁହାଯାଏ, “ଜିସ୍‌କେ ପାସ୍‌ ଖୋନେ କେ ଲିୟେ କୁଛ୍‌ ନା ହୋ, ଉସ୍‌କେ ପାସ୍‌ ପାନେ କୋ ପୂରା ଆସମାଁ ହୋତା ହୈ ।” ଆଉ ଏଇ ହୀନ୍ଦି ଆପ୍ତବାକ୍ୟଟି ତାଙ୍କ ପାଇଁ ନିଶ୍ଚିତ ପ୍ରଯୁଜ୍ୟ ହେବ ବୋଲି ଆମେ ଭାବୁଛୁ। ତାଙ୍କ ନାଁଟି ଯେତିକି ଚର୍ଚ୍ଚିତ, ତାଙ୍କ ବ୍ୟକ୍ତିତ୍ୱ ଆଉ ଅତୀତ ବି ସେତିକି ରୋମାଞ୍ଚକର। କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ ତାଙ୍କ ଜୀବନର କାହାଣୀ।

ଆମେ କହୁଛୁ ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ କଥା। ଓଟିଭି ପକ୍ଷରୁ ଫରସାଇଟ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱରରେ ଆସି ପହଞ୍ଚିଥିବା ଏହି ବ୍ୟକ୍ତିଙ୍କୁ ଭେଟିଥିଲା ଆମ ଟିମ୍‌।

ଦାରିଦ୍ର୍ୟର କଷାଘାତ ସହି ବଢିଛନ୍ତି ମଧୁର। ସଂଘର୍ଷରେ କଟିଯାଇଛି ପୂରା ଶୈଶବ। ଦିନ ଥିଲା ପଇସା ରୋଜଗାର କରିବା ପାଇଁ ସେ ଘର ଘର ବୁଲି ସିଡି କ୍ୟାସେଟ୍‌ ବିକ୍ରି କରୁଥିଲେ। ଦାରିଦ୍ର୍ୟ ପାଇଁ ତାଙ୍କୁ ସେଲିବ୍ରିଟିଙ୍କ ଚପଲ ଉଠାଇବା ଏବଂ ଟେବୁଲ୍‌ ସଫା କରିବାକୁ ମଧ୍ୟ ପଡିଥିଲା। ହେଲେ ଆଜି ସେ ବଲିଉଡ୍‌ର ଜଣେ ଜଣାଶୁଣା ଫିଲ୍ମ ମେକର। ପତନାଭିମୁଖୀ ଜୀବନରୁ ଗ୍ଲାମର ଦୁନିଆକୁ ତାଙ୍କ ଯାତ୍ରା ପଥର ଶ୍ରେୟ କାହାକୁ ଦେବେ ବୋଲି ପଚାରିଲେ ସେ ହସିଦିଅନ୍ତି ଆଉ ଉଚ୍ଚାରଣ କରନ୍ତି ଗୋଟିଏ ଶବ୍ଦ, ସଂଘର୍ଷ। ଦାରିଦ୍ର୍ୟ-ପ୍ରସିଦ୍ଧି ମଧ୍ୟରେ ଯାତ୍ରାପଥର ଉତ୍‌ଥାନ ପତନ ସମ୍ପର୍କରେ ଓଡ଼ିଶା ରିପୋର୍ଟରକୁ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ମୁଁ ସବୁବେଳେ ସେହି ମଧ୍ୟବର୍ଗୀୟ ମଧୁର ହୋଇ ରହିବାରୁ ଚାହିଁକି। ପଇସା ରୋଜଗାର ପାଇଁ ବାନ୍ଦ୍ରାର ସେ ଗଳି କନ୍ଦି କଥା ମୋର ଆଜି ବି ମନେପଡେ। ଯେଉଁଠି ଦିନେ ମୁଁ ବୁଲି ବୁଲି ସିଡି ବିକ୍ରି କରୁଥିଲି। ଆଜି ଯେତେବେଳେ ସମୟ ମିଳେ ସାଇକେଲ୍‌ ଧରି ସେହି ଗଳିକୁ ଚାଲିଯାଏ। ସବୁକିଛି ବଦଳି ଯାଇଛି। ଆଉ ସେ ବସ୍ତି ନାହିଁ କି କଚ୍ଚା ରାସ୍ତା ନାହିଁ, କିନ୍ତୁ ସ୍ମୃତି ସବୁ ଏବେବି ସେମିତି ଅଛି।

ଓଡ଼ିଶା ରିପୋର୍ଟର: ଦାରିଦ୍ର୍ୟରୁ ବାହାରି ଆଜି ଆପଣ ଜଣେ ସଫଳ ଫିଲ୍ମ ନିର୍ମାତା, ଏସବୁ କେମିତି ସମ୍ଭବ ହେଲା ?

ଭଣ୍ଡାରକର: ସବୁ ସମ୍ଭବ ହେଲା କେବଳ ସଂଘର୍ଷ ପାଇଁ। ଫିଲ୍ମ ନିର୍ମାଣ କରିବାକୁ ବହୁତ ପରିଶ୍ରମ କରିଛି। ଆଜି ମୋ ପରିଶ୍ରମକୁ ଲୋକମାନେ ବୁଝିପାରିଛନ୍ତି। ଫିଲ୍ମ ‘ଚାନ୍ଦିନିବାର’ରୁ ଆରମ୍ଭ କରି ‘ଇନ୍ଦୁ ସରକାର’ ପର୍ଯ୍ୟନ୍ତ ଦର୍ଶକେ ମୋ ଫିଲ୍ମକୁ ଢେର ଭଲ ପାଇବା ଦେଇଛନ୍ତି। ଫିଲ୍ମକୁ ନେଇ ମତେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ଯାହା ମୋତେ ବହୁତ ଖୁସି ଦେଇଛି।

ଓଡ଼ିଶା ରିପୋର୍ଟର: ଅଧିକାଂଶ ଫିଲ୍ମରେ ଆପଣ ଅଭିନେତ୍ରୀଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦିଅନ୍ତି କ’ଣ ପାଇଁ ?

ଭଣ୍ଡାରକର: ସେମିତି କିଛି କଣ୍ଟେଣ୍ଟ ରହିଲେ ଭଲଲାଗେ। ଯାହା ନାରୀ ସ୍ୱାଧୀନତାକୁ ରେଖାଙ୍କିତ କରେ ବୋଲି ମୁଁ ଭାବୁଛି।  

ଓଡ଼ିଶା ରିପୋର୍ଟର: ଫେମ୍‌ ମିଳିବା ପରେ କ’ଣ ସବୁ ବଦଳିଯାଇଛି ଆପଣଙ୍କ ଜୀବନରେ ?

ଭଣ୍ଡାରକର:  ଫେମ୍‌ ମିଳିବା ପରେ ଲୋକମାନେ ମତେ ଚିହ୍ନିଲେ, ଭଲ ପାଇବା ଦେଲେ। କିନ୍ତୁ ମୁଁ କେବେବି ବଦଳିନାହିଁ। ଏବେ ବି ମୁଁ ସେହି ମଧ୍ୟବର୍ଗୀୟ ମଧୁର ଭଣ୍ଡାରକର।

 



from Odisha Reporter https://ift.tt/2C1alWr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages