
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ଗତକାଲି ସଂଜୟ ଦାସବର୍ମା ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟରେ ରେବଣା ନୂଆଗାଁ କେରାଣ୍ଡିଆ ହେଲିପ୍ୟାଡରେ ଅବତରଣ କରିଥିଲେ।
ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଛନ୍ତି, ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ୭୨ ଘଣ୍ଟା ଆଗରୁ ଅନୁମତି ଦରକାର। କିନ୍ତୁ ବିଧାୟକ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୌଖିକ ଅନୁମତି ନେଇ ହେଲିକପ୍ଟର ଲ୍ୟାଣ୍ଡିଂ କରାଇଛନ୍ତି। ଏଥିପ୍ରତି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ଲଳିତେନ୍ଦୁ।
ସେପଟେ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ସଂଜୟ ଦାସବର୍ମା ଅନୁମତି ନେଇଥିବା ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି।
from Odisha Reporter https://ift.tt/2Hz54cd
No comments:
Post a Comment