ପଶ୍ଚିମରୁ ପ୍ରାର୍ଥୀ ହେବାକୁ ନବୀନଙ୍କ ମନ: ବିଜେପିର ଆକ୍ଷେପ ପଞ୍ଚାୟତ ଝଟ୍‌କା, କଂଗ୍ରେସ କହିଲା ବୁମେରାଂ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ପଶ୍ଚିମରୁ ପ୍ରାର୍ଥୀ ହେବାକୁ ନବୀନଙ୍କ ମନ: ବିଜେପିର ଆକ୍ଷେପ ପଞ୍ଚାୟତ ଝଟ୍‌କା, କଂଗ୍ରେସ କହିଲା ବୁମେରାଂ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି ନବୀନ। ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ନବୀନ ଏହାକୁ ଗୁରୁତର ସହ ବିଚାର କରୁଥିବା କହିଛନ୍ତି । ତେବେ ଲଗାତାର ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସୁଥିବା ନବୀନ, ପଶ୍ଟିମ ଓଡ଼ିଶାରୁ ହଠାତ୍ କାହିଁକି ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଲେ? ପଶ୍ଚିମରେ ଦଳର ଭୋଟ୍ ବ୍ୟାଙ୍କ ହ୍ରାସ ପାଉଥିବାରୁ, ସୁଚିନ୍ତିତ ରଣନୀତି ହିସାବରେ ନବୀନ ଏହି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି । ତେବେ ଏହା ବିଜେଡି ପାଇଁ ବୁମେରାଂ ହେବ ବୋଲି କଂଗ୍ରେସ୍ କହିଥିବା ବେଳେ ବିଜେପି  କହିଛି ପଞ୍ଚାୟତ ନିର୍ବାଚନ ଝଟକା ପରେ ଏଭଳି ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି।

ଆଜି ପୂର୍ବା‌ହ୍ନରେ ନବୀନ ନିବାସରେ ଏକାଠି ହୋଇଥିଲେ ପଶ୍ଚିମ ଓଡିଶାର ଛାତ୍ର, ଯୁବ, ମହିଳା, ଚାଷୀ, ସାହିତ୍ୟକ, ବୁଦ୍ଧିଜିବୀ  ଓ ଦଳୀୟ ନେତା। ସମସ୍ତଙ୍କ ଅନୁରୋଧ ଥିଲା ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ନ୍ତୁ ନବୀନ।  ନବୀନ ବି ତୁରନ୍ତ କହିଥିଲେ, ସେ ଗୁରୁତର ସହ ଏ ସଂପର୍କରେ ବିଚାର କରୁଛନ୍ତି । ତେବେ ଯେଭଳି ଢଙ୍ଗରେ, ଗୋଟିଏ ଦିନରେ ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ଏଭଳି ଅପିଲ୍ କଲେ, ସ୍ପଷ୍ଟ ଜଣାପଡୁଛି ଏହାଥିଲା ଏକ ସୁଚିନ୍ତିତ ଷ୍ଟ୍ରାଟେଜି।  କିଛିମାସ ତଳେ ବିଜେପୁର ଉପନିର୍ବାଚନରେ ଜିତିଥିବା ରୀତା ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାନ ଅନୁରୋଧ କରିଥିଲେ। ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି। ବିଜେପୁର ଉପନିର୍ବାଚନ ସମୟରେ ବି ନବୀନ ଏହା ତାଙ୍କର ନିଜର ନିର୍ବାଚନ ମଣ୍ଡଳୀ ବୋଲି କହିଥିଲେ। ତେବେ ବିଜେପୁର ବ୍ୟତୀତ, ରେଢ଼ାଖୋଲ ଓ ଅନ୍ୟ କିଛି ନିର୍ବାଚନ ମଣ୍ଡଳୀ ଉପରେ ବି ଦଳ ଅଙ୍କ କଷୁଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଲଗାତାର ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସୁଥିବା ନବୀନ ହଠାତ୍ ପଶ୍ଟିମ ଓଡ଼ିଶାରୁ ଲଢ଼ିବା ପାଇଁ କାହିଁକି ମନ ବଳାଇଲେ? ଏହା ପଛରେ କି ଷ୍ଟ୍ରାଟେଜି ରହିଛି? ପଶ୍ଚିମ ଓଡ଼ିଶାର ୩୭ ବିଧାନସଭା ଆସନ ମଧ୍ୟରୁ ବିଜେଡି ହାତରେ ୨୩, କଂଗ୍ରେସ୍ ୫, ବିଜେପି ୮ ଓ ସିପିଏମ୍ ପାଖରେ ଗୋଟିଏ ଆସନ ଥିଲା । ହେଲେ ପଞ୍ଚାୟତ ନିର୍ବାଚନରେ ଝଟ୍‌କା ଖାଇଥିଲା ବିଜେଡି । ୧୦ଟି ଜିଲ୍ଲାର ୨୦୯ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡିକୁ ମାତ୍ର ୫୬ଟିରେ ସଫଳତା ମିଳିଥିଲା ।

ବିଜେପି ୧୨୬, କଂଗ୍ରେସ୍ ୨୨ ଓ ସ୍ୱାଧୀନ ୫ଟି ଜୋନ୍‌କୁ ଅକ୍ତିୟାର କରିଥିଲେ ପରେ । ପରେ ଛତିଶଗଡ଼ରେ କଂଗ୍ରେସ୍ କ୍ଷମତାକୁ ଫେରିବା ଏବଂ ରାହୁଲ୍ ବାରମ୍ବାର ଗସ୍ତ କରି ଚାଷୀ କାର୍ଡ ଖେଳିବା ପରେ ବିରୋଧୀଙ୍କୁ ଚେକ୍ ଦେବାକୁ ଶେଷ ଅସ୍ତ୍ର  ଭାବେ ଖୋଦ୍ ସୁପ୍ରିମୋ ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କଂଗ୍ରେସ କହିଛି ଏହା ବିଜେଡି ପାଇଁ ବୁମେରାଂ ହେବ। ବିଜେପି କହିଛି, ପଞ୍ଚାୟତ ନିର୍ବାଚନରେ ହାରିବା ପରେ ଭୟରେ ନବୀନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ ସମସ୍ତଙ୍କ ନଜର ନବୀନଙ୍କ ପଶ୍ଚିମ ଓଡିଶା କାର୍ଡରୁ ବିଜେଡିକୁ କେତେ ଫାଇଦା ମିଳୁଛି।



from Odisha Reporter https://ift.tt/2HpoCQT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages