ଦେଶକୁ ଫେରିବା ପରେ ପ୍ରଥମେ କ’ଣ କହିଲେ ଅଭିନନ୍ଦନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଦେଶକୁ ଫେରିବା ପରେ ପ୍ରଥମେ କ’ଣ କହିଲେ ଅଭିନନ୍ଦନ?

abhi

ନୂଆଦିଲ୍ଲୀ: ପ୍ରାୟ ୬୦ ଘଣ୍ଟା ଧରି ପାକିସ୍ତାନ କବଜାରେ ରହିବା ପରେ ଭାରତକୁ ଫେରି ଆସିଛନ୍ତି ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ଗତକାଲି ରାତିରେ ଅଟ୍ଟାରି-ୱାଘା ସୀମା ଦେଇ ଭାରତକୁ ପ୍ରବେଶ କରିଥିଲେ। ପାକିସ୍ତାନ ରେଞ୍ଜର୍ସର ଅଧିକାରୀ ତାଙ୍କୁ ଜିରୋ ଲାଇନ୍‌ ପର୍ଯ୍ୟନ୍ତ ପାଛୋଟି ନେଇ ଆସିଥିଲେ। ସେଠାରୁ ଭାରତୀୟ ସୁରକ୍ଷା ଅଧିକାରୀମାନେ ତାଙ୍କୁ ସ୍ୱାଗତ କରି ଦେଶକୁ ନେଇ ଆସିଥିଲେ।

ନାଭି ବ୍ଲୁ ରଙ୍ଗର ବ୍ଲେଜର, ଧଳା ସର୍ଟ ଓ ଧୂସର ରଙ୍ଗର ପ୍ୟାଣ୍ଟ୍ ପିନ୍ଧିଥିବା ଅଭିନନ୍ଦନ ହସ ହସ ମୁହଁରେ ଦେଶର ସୀମାରେ ପ୍ରବେଶ କରିଥିଲେ। ତେବେ ସେ ଦେଶକୁ ଫେରିବା ପରେ ପ୍ରଥମେ କ’ଣ କହିଥିଲେ? ତାଙ୍କର ପ୍ରଥମ ପ୍ରତିକ୍ରିୟା କ’ଣ ଥିଲା? ଏ ନେଇ ଉତ୍ତର ଦେଇଛନ୍ତି ଅମୃତସରର ଡେପୁଟି କମିଶନର ଏସ୍‌ଏସ୍‌ ଢିଲୋଂ। କାରଣ ସେତେବେଳେ ସେ ସେଠାରେ ଉପସ୍ଥିତ ଥିଲେ।

ସେ କହିଛନ୍ତି, ‘ଅଭିନନ୍ଦନ ହସି ହସି ଆସିଥିଲେ ଓ ଦେଶକୁ ଫେରି ଆସିଥିବାରୁ ଭଲ ଲାଗୁଛି ବୋଲି କହିଥିଲେ।‘

ଅଭିନନ୍ଦନ ଭାରତ ମାଟିରେ ପାଦ ଦେବା ପରେ ତ୍ରିରଙ୍ଗା ଏବଂ ବାଜା ସହ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ସହସ୍ରାଧିକ ଲୋକ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍‌’ ଆଦି ଧ୍ୱନି ଦେଇ ତାଙ୍କୁ ସ୍ଵାଗତ କରିଥିଲେ।

ଅଭିନନ୍ଦନ ଯେଉଁ ସମୟରେ ଭାରତ ଫେରିବା ପାଇଁ ସ୍ଥିର ହୋଇଥିଲା ସେ ସେହି ସମୟରୁ ଅନେକ ବିଳମ୍ବରେ ଆସିଥିଲେ। ତେବେ ଭାରତ ପକ୍ଷରୁ ପାକିସ୍ତାନକୁ ବିଳମ୍ବର କାରଣ ପଚରା ଯାଇ ନଥିଲା ବୋଲି ଅମୃତସରର ଡେପୁଟି କମିଶନର ଏସ୍‌ଏସ୍‌ ଢିଲୋଂ କହିଛନ୍ତି। ତେବେ ନ୍ୟୁଜ୍ ଏଜେନ୍ସୀ ପିଟିଆଇ କୌଣସି ସୂତ୍ରରୁ ଖବର ପାଇଛି ଯେ ପାକିସ୍ତାନର ଅଧିକାରୀମାନେ ଅଭିନନ୍ଦନଙ୍କୁ କ୍ୟାମେରା ସମ୍ମୁଖରେ କିଛି ବୟାନ ଦେବା ପାଇଁ ବାଧ୍ୟ କରିଥିଲେ। ତାଙ୍କୁ ମୁକ୍ତ କରିବା ପୂର୍ବରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା। ସେଥିପାଇଁ ସେ ଦେଶକୁ ଫେରିବାରେ ବିଳମ୍ବ ହୋଇଥିଲା।



from Odisha Reporter https://ift.tt/2VuOTQI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages