
ନୂଆଦିଲ୍ଲୀ: ପୁଲୱମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାମୁହିଁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଭାରତୀୟ ବାୟୁ ସେନା ୱଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରି ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ପାକିସ୍ତାନ ସୀମାରେ ସିଜ୍ ଫାୟାର ଉଲ୍ଲଂଘନ ଜାରି ରଖିଛି। ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଆତଙ୍କବାଦୀଙ୍କ ସଙ୍ଗଠନ ସହାୟତାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଭୟଙ୍କର ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଆର୍ମି ଏବଂ ଆଇଏସ୍ଆଇ ପୁଣି ଥରେ ଜମ୍ମୁ କଶ୍ମୀରରେ ଭାରତୀୟ ସୁରକ୍ଷାବଳଙ୍କର କ୍ଷତି କରିବା ପାଇଁ ଏକ ବଡ଼ଧରଣ ଚକ୍ରାନ୍ତ କରୁଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ ସୁରକ୍ଷାବଳଙ୍କ ରାଶନ୍ ଷ୍ଟକ୍ରେ ବିଷ ମିଶାଇବା ପାଇଁ ଯୋଜନା କରୁଛି। ରାଶନ୍ ସାମଗ୍ରୀରେ ବିଷ ମିଶାଇବା ପାଇଁ ISI କଶ୍ମୀରରେ ସକ୍ରିୟ ଥିବା ନିଜ ଏଜେଣ୍ଟକୁ ବ୍ୟବହାର କରିପାରେ ବୋଲି ସୂଚନା ମିଳିଛି।
ଗୋଇନ୍ଦା ବିଭାଗ ପକ୍ଷରୁ ଏହି ରିପୋର୍ଟ ଆସିବା ପରେ କଶ୍ମୀରରେ ମୁତୟନ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଛି। ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ଦ୍ୱାରା ପିଓକେରେ ବୋମା ମାଡ଼ ପରେ ପାକିସ୍ତାନ ଉତକ୍ଷିପ୍ତ ହୋଇଯାଇଛି। ଏଥିପାଇଁ ପାକିସ୍ତାନର ISI ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି। ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଦିଲ୍ଲୀର କେତେକ ନିର୍ଦ୍ଦିଷ୍ଟ ସ୍ଥାନକୁ ନଜର ରଖିଛନ୍ତି। ଏଥିପାଇଁ ଦିଲ୍ଲୀରେ ରେଡ ଆଲର୍ଟ ଜାରି କରାଯାଇଛି।
from Odisha Reporter https://ift.tt/2IOOXJF
No comments:
Post a Comment