ସର୍ବନିମ୍ନ ୬ ମାସ ଚାକିରି ବାକିଥିବା ପୁଲିସ୍ ଅଧିକାରୀ ହୋଇପାରିବେ ଡିଜିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ସର୍ବନିମ୍ନ ୬ ମାସ ଚାକିରି ବାକିଥିବା ପୁଲିସ୍ ଅଧିକାରୀ ହୋଇପାରିବେ ଡିଜିପି

ନୂଆଦିଲ୍ଲୀ: ପୁଲିସ୍‌ ବିଭାଗରେ ସଂସ୍କାର ଆଣିବା ପାଇଁ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଅବସର ପୂର୍ବରୁ ଚାକିରି ସର୍ବନିମ୍ନ ୬ ମାସ ବାକିଥିଲେ ଯାଇ ଡିରେକ୍ଟର ଜେନେରାଲ ଅଫ୍‌ ପୁଲିସ୍‌ (ଡିଜିପି) ପଦବୀରେ ନିଯୁକ୍ତି ଦିଆଯାଇପାରିବ।

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଡିଜିପି ପଦବୀର ଅବଧି ୨ ବର୍ଷ ଥାଏ। କିନ୍ତୁ ଏହି ଅବଧିରେ ଜଣେ ସ୍ୱେଚ୍ଛାକୃତ ଅବସର ନେଇପାରିବ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ୟୁପିଏସ୍‌ସି କର୍ତ୍ତୃପକ୍ଷ ଡିଜିପି ନିଯୁକ୍ତି ଦେବା ସମୟରେ ଲକ୍ଷ୍ୟ ରଖିବେ ଯେ ଅବସର ପର୍ଯ୍ୟନ୍ତ ଅତି କମ୍‌ରେ ୬ ବର୍ଷର ଚାକିରି ଅଛି। ଏହି ମାମଲାରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗତ ଫେବୃଆରୀ ୨୮ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

ଗତ ବର୍ଷ ମଧ୍ୟ କୋର୍ଟ ଏହି ମାମଲାରେ ଶୁଣାଣି କରି କିଛି ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ, ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତି କରିପାରିବେ ନାହିଁ। ଏତଦ୍‌ବ୍ୟତୀତ ଜଣେ ଡିଜିପଙ୍କ କାର୍ଯ୍ୟ ଅବଧି ସରିବାର ୩ ମାସ ପୂର୍ବରୁ ନୂତନ ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର ୟୁପିଏସ୍‌ସିକୁ ଜଣାଇବେ।



from Odisha Reporter https://ift.tt/2VVHGJN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages