
ନୂଆଦିଲ୍ଲୀ: ଆଇସିସି ବିଶ୍ବକପ୍କୁ ଆଉ ତିନିମାସରୁ କମ ଦିନ ବାକି ଥିବା ବେଳେ ଏ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥର ବିଶ୍ବକପ୍ ପାଇଁ ଅନେକ ଦାବିଦାର ଅଛନ୍ତି। ଅଧିକାଂଶ କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଭାରତ ହିଁ ବିଶ୍ବ ମୁକୁଟ ପିନ୍ଧିବ। କିନ୍ତୁ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ମତରେ ଏଥର ଭାରତ ନୁହେଁ ଆୟୋଜକ ଇଂଲଣ୍ଡ ହିଁ ଏଥର ବିଶ୍ବକପ୍ ଜିତିବାର ପ୍ରବଳ ଦାବିଦାର। ମଙ୍ଗଳବାର ବ୍ରିଟିଶ ହାଇକମିଶନରଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗାଭାସ୍କର ଏହି କଥା କହିଛନ୍ତି।
ଗାଭାସ୍କର କହିଛନ୍ତି, ଗତ ଦୁଇଟି ବିଶ୍ବକପ୍କୁ ଯଦି ଦେଖାଯାଏ, ତାହେଲେ ଆୟୋଜକ ଦେଶ ଟାଇଟଲ୍ ଜିତିଛନ୍ତି। ୨୦୧୧ରେ ଭାରତ ଏବଂ ୨୦୧୫ରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ ହୋଇଥିଲା। ଏଥର ଇଂଲଣ୍ଡ ବିଶ୍ବକପ୍ ଆୟୋଜନ କରୁଛି ଏବଂ ସେମାନଙ୍କ ପାଖରେ ଟାଇଟଲ୍ ଜିତିବାର ଭଲ ସୁଯୋଗ ରହିଛି। ବର୍ତ୍ତମାନର ଇଂଲଣ୍ଡ ଟିମ ବହୁତ ମଜଭୁତ୍। ଇଂଲଣ୍ଡକୁ ମଧ୍ୟ ଘରୋଇ ମାଟିରେ ହରାଇବା ଅନ୍ୟ ଟିମ୍ ପକ୍ଷେ କଷ୍ଟକର ହେବ। ତେଣୁ ମୋ ମତରେ, ଏଥର ଇଂଲଣ୍ଡ ଟିମ୍ ଟାଇଟଲର ଦୃଢ଼ ଦାବିବାର ବୋଲି ଗାଭାସ୍କର କହିଛନ୍ତି।
ସୂଚନାଯୋଗ୍ୟ, ଇଂଲଣ୍ଡ ଏପର୍ଯ୍ୟନ୍ତ ବିଶ୍ବକପ୍ ଜିତିପାରି ନାହିଁ। ଭାରତର ଏହି କିମ୍ବଦନ୍ତୀ କ୍ରିକେଟର୍ ନିଜ କ୍ୟାରିୟରର ପ୍ରଥମ ଏବଂ ଶେଷ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ପ୍ରଥମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦ହଜାର ରନ୍ ମଧ୍ୟ କରିଥିଲେ।
from Odisha Reporter https://ift.tt/2ChO7PT
No comments:
Post a Comment