
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ପକ୍ଷରୁ ଗତକାଲି ଆଉ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।
ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ଟିକେଟ୍ ଦେଇଛି। ସେହିପରି କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ ପ୍ରାର୍ଥୀ କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଆସ୍କା ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏହି ଆସନ ସିପିଆଇକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ। ତେବେ ଏଆଇସିସି ପକ୍ଷରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।
ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡୁ, ବରଗଡ଼ରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କୀ, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କୁ ପ୍ରାର୍ଥୀ କରାଯାଇଛି।
from Odisha Reporter https://ift.tt/2TZZjeh
No comments:
Post a Comment