ହୋଲି ଖେଳି ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବାପା ଓ ପୁଅଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ହୋଲି ଖେଳି ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବାପା ଓ ପୁଅଝିଅ

drown

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଖେରୁଆଲ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ରାଜୁ ପାଶୱାନ୍‌, ତାଙ୍କର ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶୱାନ୍‌।

ରାଜୁଙ୍କ ଘର ବିହାରର ବନାହି ଗାଁରେ। ତେବେ ସେ ଏଠାରେ ତାଙ୍କ ପରିବାର ସହ ରହୁଥିଲେ।

ଗତକାଲି ଏମାନେ ସମସ୍ତେ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସନ୍ଧ୍ୟା ଯାଏ ନ ଫେରିବାରୁ ପରିବାର ଲୋକେ ଠେଲକୋଲୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଦମକଳ ବାହିନୀ ସହାୟତାରେ ୩ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା।

ଏହି ଘଟଣାକୁ ନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।



from Odisha Reporter https://ift.tt/2Oknizw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages