ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ୟାର୍ଡଲୀଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ୟାର୍ଡଲୀଙ୍କ ପରଲୋକ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଫ ସ୍ପିନର ବ୍ରୁସ ୟାର୍ଡଲୀଙ୍କ କ୍ୟାନସର ଯୋଗୁ ବୁଧବାର ୭୧ ବର୍ଷ ବୟସରେ ପରଲୋକ ହୋଇଛି। ପେସ ବୋଲର ଭାବେ ନିଜ କ୍ୟାରିୟରର ଶୁଭାରମ୍ଭ କରି ୨୭ ବର୍ଷ ବୟସରେ ଅଫ ସ୍ପିନର ହୋଇଥିବା ୟାର୍ଡଲୀ ଗତ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ସେ ପଶ୍ଚିମ ଅଷ୍ଟ୍ରେଲିଆର କୁନୁନୁରା ଜିଲ୍ଲାର ହସ୍ପିଟାଲରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି।

ପଶ୍ଚିମ ଅଷ୍ଟ୍ରେଲିଆରର ମିଡଲ୍ୟାଣ୍ଡରେ ୫ ସେପ୍ଟେମ୍ବର, ୧୯୪୭ରେ ଜନ୍ମିତ ୟାର୍ଡଲୀ ଜାନୁଆରୀ, ୧୯୭୮ରେ ୩୦ ବର୍ଷ ବୟସରେ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରେ କ୍ରିକେଟ ପଦାର୍ପଣ କରିଥିଲେ। କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ କେଭିନ ରବର୍ଟ୍ସ ୟାର୍ଡଲୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟରେ ୟାର୍ଡଲୀଙ୍କ ସ୍ଥାନ ସ୍ୱତନ୍ତ୍ର। ସେ ମଇଦାନ ଭିତରେ ଓ ବାହାରେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି।’

କ୍ରିକେଟରୁ ସନ୍ନ୍ୟାସ ନେବା ପରେ ୟାର୍ଡଲୀ କୋଚ ଓ କମେଣ୍ଟେଟର ଭୂମିକା ତୁଲାଇଥିଲେ। ସେ ୧୯୯୬ରୁ ୧୯୮୮ ପର୍ଯ୍ୟନ୍ତ ଶ୍ରୀଲଙ୍କା ଜାତୀୟ ଟିମର କୋଚ ମଧ୍ୟ ରହିଥିଲେ। ସେ ଶ୍ରୀଲଙ୍କାର ସର୍ବକାଳୀନ ଶ୍ରେଷ୍ଠ ସ୍ପିନର ମୁଥିଆ ମୁରଲିଧରନଙ୍କ ବୋଲିଂ ଆକ୍ସନକୁ ସର୍ବଦା ସମର୍ଥନ କରିଆସୁଥିଲେ। ୟାର୍ଡଲୀ ଅଷ୍ଟ୍ରେଲିଆ ପକ୍ଷରୁ ୩୩ ଟେଷ୍ଟ ମ୍ୟାଚ ଖେଳି ୧୨୬ ୱିକେଟ ଏବଂ ୯୭୮ ରନ ମଧ୍ୟ କରିଛନ୍ତି।

ୟାର୍ଡଲୀ ମଧ୍ୟ ୭ଟି ଦିନିକିଆ ଖେଳି ୭ ୱିକେଟ ମଧ୍ୟ ନେଇଛନ୍ତି। ଏହି ଅଫସ୍ପିନର ଜଣକ ୧୦୫ ପ୍ରଥମଶ୍ରେଣୀ ମ୍ୟାଚରେ ୨୭୩୮ ରନ ଏବଂ ୩୪୪ ୱିକେଟ ନେଇଛନ୍ତି। ସେ ମଧ୍ୟ ଜଣେ ସଫଳ ଫିଲ୍ଡର ଥିଲେ। ତାଙ୍କ ନାମରେ ଟେଷ୍ଟ କ୍ରିକେଟରେ ୩୧ କ୍ୟାଚ୍ ମଧ୍ୟ ରହିଛି।



from Odisha Reporter https://ift.tt/2FDYUpR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages