ଅପରେସନ୍‌ ଶକ୍ତି ପରେ ବିଶ୍ୱକୁ ଚମକାଇଲା ମିଶନ୍ ଶକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଅପରେସନ୍‌ ଶକ୍ତି ପରେ ବିଶ୍ୱକୁ ଚମକାଇଲା ମିଶନ୍ ଶକ୍ତି

ନୂଆଦିଲ୍ଲୀ: ଆଜି ଭାରତ ମହାକାଶ ଯାତ୍ରାରେ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ଦେଶ ସ୍ୱଦେଶୀ ଜ୍ଞାନକୌଶଳରେ ମହାକାଶରେ ସକ୍ରିୟ ଥିବା ଏକ ସ୍ୟାଟେଲାଇଟ୍‌କୁ ଖସାଇବା ପରେ ଏପରି କରିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇପାରିଛି ଭାରତ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏବଂ କିମ୍ବଦନ୍ତୀ ବୈଜ୍ଞାନିକ ଏପିଜେ ଅବ୍ଦୁଲ କଲାମଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୋଖ୍‌ରାନ୍‌ଠାରେ ସଫଳ ପରମାଣୁ ପରୀକ୍ଷଣ ହୋଇଥିବା ‘ଅପରେସନ୍‌ ଶକ୍ତି’ ପରି ‘ମିଶନ୍‌ ଶକ୍ତି’ ସମଗ୍ର ବିଶ୍ୱକୁ ବର୍ତ୍ତମାନ ତାଜୁବ୍‌ କରିଦେଇଛି।

କାହିଁକି ଖାସ୍ ?
ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ମିଶନ୍‌ ବହୁତ ମହତ୍ତ୍ୱପୂର୍ଣ୍ଣ। ବର୍ତ୍ତମାନ ଭାରତ ଜଳ, ସ୍ଥଳ ଏବଂ ବାୟୁ ବ୍ୟତୀତ ମହାକାଶରେ ମଧ୍ୟ ଶତ୍ରୁକୁ ମାତ୍‌ ଦେବାର କ୍ଷମତା ହାସଲ କଲା। ଏହାର ଅର୍ଥ ଯଦି କୌଣସି ଶତ୍ରୁ ରାଷ୍ଟ୍ର ସ୍ୟାଟେଲାଇଟ୍‌ ଜରିଆରେ ଭାରତ ଉପରେ ନଜର ରଖିବାର ପ୍ରୟାସ କରୁଥିବ କିମ୍ବା ଗୁଇନ୍ଦାଗିରି କରୁଥିବ, ଏହାକୁ ମହାକାଶରେ ଉଡ଼ାଇ ଦିଆଯାଇପାରିବ।
ଏହି ମିଶନ୍‌ ସମ୍ପୂର୍ଣ୍ଣ ସ୍ୱଦେଶୀ, ଏହାର ଅର୍ଥ ଏହି ମିଶନ୍‌କୁ ଇସ୍ରୋ ଏବଂ ଡିଆରଡିଓର ସହାୟତାରେ କାର୍ଯ୍ୟକାରୀ କରାଯାଇଛି।

ଦୁନିଆକୁ ଚମକାଇଥିଲା ପୋଖରାନ୍‌ ପରୀକ୍ଷଣ
ବର୍ତ୍ତମାନ ମିଶନ୍‌ ଶକ୍ତିର ସଫଳତା ଏବଂ ତରିକାକୁ ପରୀକ୍ଷା କଲେ ଜଣାଯାଏ ଏହା ପୋଖରାନ୍‌ ପରୀକ୍ଷାଠାରୁ କିଛି କମ୍‌ ନୁହେଁ। କାରଣ ସେତେବେଳେ ବାଜପେୟୀଙ୍କ ନିର୍ଦ୍ଦେଶରେ ହୋଇଥିବା ପରୀକ୍ଷଣ ସମୟରେ ସମଗ୍ର ବିଶ୍ୱ ଜାଣିନଥିଲା ଯେ, ଭାରତ ଏତେ ବଡ଼ ପ୍ରସ୍ତୁତି ଚଲାଇଛି ଏବଂ ଏହା ପରେ ପରୀକ୍ଷା ମଧ୍ୟ କରିଦେଇଛି। ଆଉ ଆଜି ମଧ୍ୟ ସମାନ ଘଟଣା ଘଟିଛି।
୧୯୯୮ ମେ ୧୧ ତାରିଖରେ ୩ଟି ପରମାଣୁ ବମ୍‌ର ସଫଳ ପରୀକ୍ଷଣ କରାଯାଇଥିଲା। ଏହା ପରେ ହିଁ ଭାରତ ପରମାଣୁ ଶକ୍ତି ରୂପେ ପରିଗଣିତ ହୋଇଥିଲା, ଯାହାଫଳରେ କେହି ମଧ୍ୟ ଜାଣିପାରିବେନି। ଏପରିକି ଆମେରିକାର ଗୁଇନ୍ଦା ସ୍ୟାଟେଲାଇଟ୍‌ ମଧ୍ୟ ଏହାର ଟେର୍ ପାଇନଥିଲା। ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ଗୋପନୀୟ ଭାବରେ ହୋଇଥିଲା। ସେହିଭଳି ଆଜିର ପରୀକ୍ଷଣ ପରେ ଭାରତ ମହାକାଶ ଶକ୍ତି ରୂପେ ପରିଚୟ ପାଇଲା।

ଅପରେସନ୍‌ ଶକ୍ତି ଏବଂ ମିଶନ୍‌ ଶକ୍ତି
ସେତେବେଳେ ବାଜପେୟୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ସୂଚନା ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେତେବେଳେ ବିଶ୍ୱର ବିଭିନ୍ନ ଦେଶ ଭାରତ ଉପରେ କଟକଣା ଲଗାଇଥିଲେ। ତା’ପରେ ମଧ୍ୟ ଭାରତ ପଛକୁ ହଟିନଥିଲା। ଏହି ବଡ଼ ମିଶନ୍‌ର ନାମ ‘ଅପରେସନ୍‌ ଶକ୍ତି’ ଥିଲା। ଏଥିରେ ବାଜପେୟୀଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ଏବଂ ପ୍ରସିଦ୍ଧ ବୈଜ୍ଞାନିକ ତଥା ଭାରତର ମିସାଇଲ୍‌ ମ୍ୟାନ୍‌ ଏପିଜେ ଅବ୍ଦୁଲ କଲାମ ମଧ୍ୟ ଥିଲେ, ଯେ କି ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ହୋଇଥିଲେ।

  • ଉଭୟ ମିଶନ୍‌ରେ କ’ଣ ରହିଛି ସମାନତା
    – ଉଭୟର ନାମରେ ସମାନତା ରହିଛି। ଗୋଟିଏର ନାମ ପୂର୍ବରୁ ଅପରେସନ୍‌ ଶକ୍ତି ରଖାଯାଇଥିଲାବେଳେ ବର୍ତ୍ତମାନର ମିଶନ୍‌ର ନାମ ମିଶନ୍‌ ଶକ୍ତି ରଖାଯାଇଛି।
    – ସେତେବେଳେ ମଧ୍ୟ କେହି ମିଶନ୍‌ର ଟେର୍‌ ପାଇନଥିଲେ ଏବଂ ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲାପରେ ସମସ୍ତେ ଜାଣିଥିଲେ।
    – ପରମାଣୁ ପରୀକ୍ଷା ପାଇଁ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ପ୍ରୟାସ ଆରମ୍ଭ ହୋଇଥିଲା। କିନ୍ତୁ ଏହା ପରେ କେହି ପ୍ରୟାସ କରିନଥିଲେ। ଏହାପରେ ବାଜପେୟୀଙ୍କ ସମୟରେ ହିଁ ଅନ୍ୟ ଦେଶଙ୍କ କଟକଣାକୁ ନଶୁଣି ଏହା ବାସ୍ତବ ରୂପ ନେଇଥିଲା। କୁହାଯାଏ ଏଥିପାଇଁ ବାଜେପୟୀଙ୍କ ଦୃଢ଼ ଇଚ୍ଛାଶକ୍ତି ହିଁ ବଡ଼ ଭୂମିକା ନେଇଥିଲା।
    – ମିଶନ୍‌ ଶକ୍ତି କ୍ଷେତ୍ରରେ ମଧ୍ୟ ତାହା ହେବାର ଥିଲା। ଅର୍ଥାତ ୨୦୧୨ ମସିହାରେ ଏହା ସମ୍ଭବପର ହୋଇପାରିଥାନ୍ତା, କିନ୍ତୁ ରାଜନୀତିକ ସମସ୍ୟା କାରଣରୁ ଏହା ହୋଇପାରିନଥିଲା। କିନ୍ତୁ ଏବେ ତାହା ସମ୍ଭବପର ହେବା ପରେ ସମଗ୍ର ବିଶ୍ୱରେ ଭାରତର ଦବ୍‌ଦବା ବୃଦ୍ଧି ପାଇଛି ବୋଲି କୁହାଯାଉଛି।


from Odisha Reporter https://ift.tt/2WqkiEn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages