‘ପ୍ରଚାର ବେଳେ ଅପଶବ୍ଦ କିମ୍ବା ଗାଳି ଅପରାଧ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

‘ପ୍ରଚାର ବେଳେ ଅପଶବ୍ଦ କିମ୍ବା ଗାଳି ଅପରାଧ ନୁହେଁ’

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ରାଜନୈତିକ ଭାଷଣ ଜରିଆରେ ଅପଶବ୍ଦ କହିବା ଏବଂ ଗାଳି ଦେବା ଅପରାଧିକ ଧମକ ନୁହେଁ ବୋଲି ତ୍ରିପୁରା ହାଇକୋର୍ଟ କହିଛନ୍ତି। ପ୍ରଚାର ବେଳେ ଭାଷଣ ଜରିଆରେ ଅନେକ ପ୍ରସଙ୍ଗ ଉଠିଥାଏ ହେଲେ ଏହି ପ୍ରସଙ୍ଗର କୌଣସି ମୂଲ୍ଯ ନଥାଏ ବୋଲି କୋର୍ଟ କହିଛନ୍ତି। ତ୍ରିପୁରାର ରାଜ୍ଯସଭା ସାଂସଦ ତଥା ସିପିଆଇ ନେତା ଝରଣା ଦାସଙ୍କ ବିରୋଧରେ ଅପଶବ୍ଦ କହିଥିବା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି।

କୋର୍ଟ କହିଛନ୍ତି ଭାଷଣ ବେଳେ ଗାଳି କରିବା, ଅପଶବ୍ଦ କହିବା, ଶାରୀରିକ ଇସାରା ଦେବା ଆଇପିସିର ଧାରା ୫୦୩, ୫୦୪ (ବି), ୫୦୬ ଅନ୍ତର୍ଭୁକ୍ତ ନୁହଁ। ସୂଚନାଯୋଗ୍ଯ ୨୦୧୮ରେ ତ୍ରିପୁରା ବିଧାନସଭା ନିର୍ବାଚନ ବେଳେ କମ୍ଯୁନିଷ୍ଟ ନେତା ତଥା ସାଂସଦ ଝରଣା ଦାସ ନିଜ ଭାଷଣରେ କହିଥିଲେ କି ନିର୍ବାଚନ ପରେ ବିଜେପି ରାଜ୍ଯ ଅଧ୍ଯକ୍ଷ ବିପ୍ଳବ ଦେବ ଏବଂ ତାଙ୍କ ସହକର୍ମୀ ତ୍ରିପୁରାରେ ରହିବେ ନାହିଁ। ଏହାଦ୍ବାରା ସମ୍ମାନ ହାନୀ ହୋଇଥିବା ଦର୍ଶାଇ ଜଣ ତୃତୀୟ ପକ୍ଷ ଗୋମତି ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଆଇପିସିର ଧାରା ୫୦୩, ୫୦୪ (ବି), ୫୦୬ ଆଧାର ଅନୁଯାୟୀ ଆବଶ୍ଯକ ପ୍ରମାଣ ନଥିବା ଦର୍ଶାଇ ଅଭିଯୋଗକୁ ଗ୍ରହଣ କରିନଥିଲେ ମାଜିଷ୍ଟ୍ରେଟ।

ଏହାପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆବେଦନକରୀ। କୋର୍ଟ ଶୁଣାଣି କରି କହିଥିଲେ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୂର୍ବ ଅନୁମତିର ଆବଶ୍ଯକତା ନାହିଁ। ଯେହେତୁ ସେ କୌଣସି ସରକାରୀ କାର୍ଯ୍ଯକ୍ରମରେ ନଥିଲେ ବରଂ ରାଜନୈତିକ ସଭାରେ ଥିଲେ।

ତେବେ ଭାଷଣକୁ ନେଇ କୋର୍ଟ କହିଛନ୍ତି ତୃତୀୟ ପକ୍ଷର ଆବେଦନ ଏବଂ ଖବରକାଗଜ ଓ ଟିଭିର ରିପୋର୍ଟରୁ ସାଂସଦ କଣ କହିଛନ୍ତି ତାହା ଜଣାପଡ଼ିଛି। ହେଲେ ଭାଷାଣରେ ପ୍ରତିପକ୍ଷକୁ ବିରୋଧ କରିବା ପାଇଁ କିଛି ଶବ୍ଦ ରହିଛି ଯାହାକୁ ବ୍ଯବହାର କରିବାକୁ ପଡ଼ିବ। ଏହାଦ୍ବାରା କାହାର ସମ୍ପତ୍ତି କିମ୍ବା ବ୍ଯକ୍ତିଗତ ହାନୀ ହୁଏ ନାହିଁ କହି ମାମଲାକୁ ଖାରଜ କରିବା ସହିତ ମାଜିଷ୍ଟ୍ରେଟଙ୍କ ରାୟକୁ ସମ୍ମାନ ଦେଇଥିଲେ।



from Odisha Reporter https://ift.tt/2JQ5jCi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages