ଆସିଲା ‘କଲଙ୍କ’ ର ଟାଇଟଲ୍‌ ଟ୍ରାକ୍‌, ମିଳୁଛି ଭଲ ରେସପନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

 ଆସିଲା ‘କଲଙ୍କ’ ର ଟାଇଟଲ୍‌ ଟ୍ରାକ୍‌, ମିଳୁଛି ଭଲ ରେସପନ୍ସ

ମୁମ୍ୱାଇ:   ଫିଲ୍ମ ନିର୍ମାତା କରନ ଜୋହରଙ୍କ ମୋଷ୍ଟ ଆୱେଟେଡ ମଲ୍ଟି ଷ୍ଟାରର  ଫିଲ୍ମ ‘କଲଙ୍କ’ର ଟାଇଟଲ୍‌ ଟ୍ରାକ୍‌ ରିଲିଜ୍‌ ହୋଇଛି। ଗୀତରେ ବରୁଣ ଧୱନ ଓ ଚୁଲୁବୁଲି ଆଲିଆ ଭଟ୍ଟ ଦମଦାର ଫରଫର୍ମାନ୍ସ ଦେଇଛନ୍ତି। ଗୀତକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି। ଶନିବାର ରିଲିଜ୍‌ ହୋଇଥିବା ଏହି ଗୀତ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଉଭୟ ବରୁଣ ଓ ଆଲିଆ ଏଥିରେ ଲାଇଟ୍‌ କଲର ଶୁଟ୍‌ ପିନ୍ଧିଥିବା ବେଳେ ଖୁବ୍‌ ସୁନ୍ଦର ଲାଗୁଛନ୍ତି।

ଗୀତଟି ବେଶ୍‌ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏହାକୁ ନିଜ ମଖମଲି ସ୍ୱରରେ ସଜାଇଛନ୍ତି ଅରଜିତ୍‌। ଏହାକୁ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ପ୍ରୀତମ୍‌।  ଏହି ଗୀତରେ ବରୁଣ, ଆଲିଆଙ୍କ ବ୍ୟତୀତ  ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷି ସିହ୍ନା ଓ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ।

ଫିଲ୍ମ ‘କଲଙ୍କ’  ଏପ୍ରିଲ୍‌ ୧୭ରେ ରିଲିଜ୍‌ ହେବାର ଅଛି।  ଅଭିଷେକ ବର୍ମନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରୟୋଜନା ଦାୟିତ୍ୱରେ ଅଛନ୍ତି କରନ୍‌ ଜୋହର, ସାଜିଦ ନାଡ଼ିୟାବାଲା, ହୀରୋ ଜୋହର ଓ ଅପୂର୍ବ ମେହେତା। ଏହି ମଲ୍ଟି ଷ୍ଟାରର ଫିଲ୍ମକୁ ଦେଖିବାକୁ ଦର୍ଶକ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ଏହି ଫିଲ୍ମରେ ଦୀର୍ଘ ୨୨ ବର୍ଷ ପରେ ସଞ୍ଜୟ ଦତ୍ତ ଓ ମାଧୁରୀ ସ୍କ୍ରିନ୍‌ ଶେଆର କରିଛନ୍ତି। ଦୁହିଁଙ୍କୁ ଶେଷ ଥର ଫିଲ୍ମ ‘ମହାନତା’ ରେ ଦେଖିବାକୁ ମିଳିଥିଲା।

 



from Odisha Reporter https://ift.tt/2FQAoSB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages