ପୁନୀତ ପାଠକ ହେଲେ ‘ଖତରୋଂ କେ ଖୀଲାଡି-୯’ର ବିଜେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ପୁନୀତ ପାଠକ ହେଲେ ‘ଖତରୋଂ କେ ଖୀଲାଡି-୯’ର ବିଜେତା

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଖତରୋଂ କେ ଖୀଲାଡି ସିଜନ୍‌-୯’ ସରିଯାଇଛି। ଚଳିତ ସିଜନ୍‌ରେ ପୁନୀତ ପାଠକ ବିଜେତା ହୋଇଛନ୍ତି। ପୁନୀତ୍‌ଙ୍କୁ ୨୦ଲକ୍ଷ ଟଙ୍କା ସହ ମାରୁତି କାର ପୁରସ୍କାର  ରାଶି ଭାବେ ମିଳିଛି।  ଫାଇନାଲ୍‌ରେ ପୁନୀତ୍‌ଙ୍କୁ ଆଦିତ୍ୟ ନାରାୟଣ କଡା ଟକ୍କର ଦେଇଥିଲେ। ଷ୍ଟଣ୍ଡ ଉପରେ ଆଧାରିତ ଏହି ଶୋରେ ଟପ୍‌-୩ରେ ପୁନୀତ୍‌ , ଆଦିତ୍ୟଙ୍କ ସହ ଟେଲି ଅଭିନେତ୍ରୀ ରିଧିମାଙ୍କୁ ଦେଖିବାକୁ ମିଳିଥିଲା।

ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ ଥିବାବେଳେ ଗ୍ରାଣ୍ଡ ଫିନାଲେରେ ଅକ୍ଷର କୁମାରଙ୍କ ଏଣ୍ଟ୍ରି ହୋଇଥିଲା। ଅକ୍ଷୟ ଫିନାଲେରେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ସୂଚନା ଅନୁଯାୟୀ, ଖତରୋଂ କି ଖିଲାଡି ସିଜନ୍‌-୯ ଜାନୁଆରୀ ୫ରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ଏହି ଶୋ ସବୁଠୁ ଅଧିକ ଟିଆର୍‌ପି ହାତେଇଛି। ଶନିବାର, ରିବାବାର ରାତି ୯ରେ ପ୍ରସାରିତ ହେଉଥିବା ଏହି ଶୋର ହୋଷ୍ଟ ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀ କରନ୍ତି।  ଶୋର ପ୍ରତି ଏପିସୋଡରେ ଜବରଦସ୍ତ ଷ୍ଟଣ୍ଟ ଦେଖିବାକୁ ମିଳେ।

 



from Odisha Reporter https://ift.tt/2F1ENBn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages