କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସାମିଲ୍‌ ହେଲା ଓଡ଼ିଆ ପୁଅଙ୍କ ନିର୍ଦ୍ଦେଶିତ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସାମିଲ୍‌ ହେଲା ଓଡ଼ିଆ ପୁଅଙ୍କ ନିର୍ଦ୍ଦେଶିତ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଯୁବ ସିନେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର। ବିଦେଶରେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଟିଟିଲାଗଡର ଏକ ଛୋଟ ଗାଁରେ ଜନ୍ମିତ ଜିତେନ୍ଦ୍ର ଆଜି ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିର୍ଦ୍ଦେଶନା, ପ୍ରଯୋଜନା, ବିତରଣ ଏବଂ ପ୍ରଚାର କ୍ଷେତ୍ରରେ ନୂତନ ଉପାୟ ବାହାର କରି ଏପର୍ଯ୍ୟନ୍ତ ୧୧୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି ଜିତେନ୍ଦ୍ର।  ନିକଟରେ ତାଙ୍କ ନିର୍ଦ୍ଦେଶିତ ପିଲ୍ମ ‘ଦ ଲାଷ୍ଟ କଲର୍‌’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସାମିଲ୍‌ ହେବାପରେ ଜିତେନ୍ଦ୍ରଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ତେବେ ଟିଟିଲାଗଡରୁ କାନ୍ସର ଯାତ୍ରା କେତେ ଅଙ୍କାବଙ୍କା ଥିଲା ତାକୁ ନେଇ ଓଡ଼ିଶା ରିପୋର୍ଟର ସହ ଆଲୋଚନା କରିଥିଲେ ଜିତେନ୍ଦ୍ର।

ଓଡ଼ିଶା ରିପୋର୍ଟର- ଟିଟିଲାଗଡରୁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଯାତ୍ରା କେମିତି ଥିଲା?

ଜିତେନ୍ଦ୍ର- ମୁଁ ଟିଟିଲାଗଡର ଗୋଟେ ଲୋୟର ମିଡିଲ୍‌ କ୍ଲାସ୍‌ ଫ୍ୟାମିଲିରୁ ଆସିଛି। ୨୦ବର୍ଷ ତଳେ ଫିଲ୍ମ ନିର୍ମାଣ କରିବା ପାଇଁ ମୋ ପାଖରେ ଏତେ ସୁବିଧା ସୁଯୋଗ ନଥିଲା। ଫିଲ୍ମ ସମ୍ପର୍କିତ ମୋ ପାଖରେ କିଛି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନଥିଲା। କାନ୍ସ ଫିଲ୍ମ ପେଷ୍ଟିଭାଲ୍‌କୁ କୁମ୍ଭମେଳା ବୋଲି କୁହାଯାଏ। ସେଠାରେ ସବୁ ପ୍ରକାର ଫିଲ୍ମ ପହଞ୍ଚେ।  ମୋ ଫିଲ୍ମ ପାଇଁ ଯେତେବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ପ୍ରଡ୍ୟୁସର୍ସ ନେଟୱାର୍କ ମତେ ନିମନ୍ତ୍ରଣ କଲେ, ମତେ ଲାଗିଲା ଯେମିତି ମୁଁ ଯାହା ଆଶା କରିଥିଲା ତାହା ପୂରଣ ହୋଇଛି। କିନ୍ତୁ ଏଥିପାଇଁ ମତେ ଅନେକ ବର୍ଷ ଅପେକ୍ଷା କରିବାକୁ ପଡିଥିଲା।

ଓଡ଼ିଶା ରିପୋର୍ଟର- ପ୍ରଡକ୍ସନ ଡିସ୍‌ଟ୍ରିବୁଶନ୍‌ ଏବଂ ପ୍ରମୋଶନ କଥା କାହିଁକି ଚିନ୍ତା କଲେ?

ଜିତେନ୍ଦ୍ର- ୨୦ବର୍ଷ ତଳେ ମତେ କେହି ଗାଇଡ୍‌ କରିବାକୁ ନଥିଲେ। ମୋ ପାଖରେ ଫିଲ୍ମ ସମ୍ପର୍କିତ କିଛି ଜ୍ଞାନ ବି ନଥିଲା।  ସେଥିପାଇଁ ମୁଁ ଏମିତି ଉଠିକି ଦିନେ ଦିଲ୍ଲୀ ପଲେଇଗଲି। ଲୋକେ କିନ୍ତୁ ମୁମ୍ବାଇ ଯାଆନ୍ତି। ଦିଲ୍ଲୀ ଯାଇ ମୁଁ ଦେଖିଲି ସେଠାରେ ବିଶେଷ କିଛି ସ୍କୋପ୍‌ ନାହିଁ। ସେତେବେଳେ ଦିଲ୍ଲୀରୁ ପୁଣି ମୁମ୍ବାଇ ଫେରିବାର ଶକ୍ତି ମୋ ପାଖରେ ନଥିଲା, ଅର୍ଥର ଅଭାବ ମଧ୍ୟ ଥିଲା। ସେଥିପାଇଁ ମୁଁ ଗୋଟେ ପ୍ରଡକ୍ସନ ହାଉସ୍‌ରେ ସ୍ପଟବୟ ଭାବେ ଯୋଗ ଦେଲି।  ଧୀରେ ଧୀରେ ମୁଁ ସେଠି କାମ ଶିଖିବାରେ ଲାଗିଲି। ତାପରେ ପ୍ରଡକ୍ସନ୍ସ ମ୍ୟାନେଜର ହେଲି। ପ୍ରଡକ୍ସନ କ୍ଷେତ୍ରରେ ମୋର ଇଚ୍ଛା ବଢିବା ପରେ ମୁଁ ମୋ ନିଜକୁ ସେ ଦିଗରେ ଦକ୍ଷ କରାଇବାରେ ଲାଗିଲି। ଏହାପରେ ଆଡ୍‌ ଫିଲ୍ମ, ଡକ୍ୟୁମେଣ୍ଟାରୀ ତିଆରି କଲି। ତାପରେ ଫିଚର ଫଲ୍ମ ଆଡକୁ ଗଲି। ଯେତେବେଳ୍ ‘ଆଇ ଆମ୍‌ କଲମ୍‌’ ଫିଲ୍ମ ଆସିଲ ସେତେବେଳେ ମୁଁ ଦେଖିଲି ଫିଲ୍ମଟିର କାହାଣୀ ଭଲ ଅଛି। କିନ୍ତୁ ସେହି ଫିଲ୍ମକୁ ଏତେ ଲୋକ ଦେଖିବାକୁ ପାଉ ନାହାନ୍ତି। ଅର୍ଥାତ ଫିଲ୍ମର ଡିଷ୍ଟରିବ୍ୟୁସନ୍‌ ହେଉନଥିଲା। ସେତେବେଳେ ମୋ ମୁଣ୍ଡକୁ ଡିସ୍‌ଟ୍ରିବ୍ୟୁଶନ୍‌ କଥା ଆସିଲା। କାରଣ ଡିସ୍‌ଟ୍ରିବ୍ୟୁଶନ୍‌ ଦ୍ୱାରା ଫିଲ୍ମକୁ ଲୋକମାନଙ୍କ ପାଖରେ ପହଞ୍ଚା ଯାଇପାରିବ। ନହେଲେ ଗୋଟେ ଫିଲ୍ମ ନିର୍ମାଣ କରାଯିବ ଏବଂ ତାକୁ ଯଦି କେହି ନ ଦେଖିବେ ତେବେ ତାର କିଛି ମୂଲ୍ୟ ରହିବନି।

ଓଡ଼ିଶା ରିପୋର୍ଟର- ଓଡ଼ିଆ ଫିଲ୍ମ କରିବା ପାଇଁ କେବେ ଚିନ୍ତା କରିଛନ୍ତି ?

ଜିତେନ୍ଦ୍ର- ପ୍ରଥମ କଥା ହେଉଛି ଓଡ଼ିଆ ବୋଲି ମୁଁ ଗର୍ବିତ। ମୁଁ ଯୁଆଡେ ବି ଯାଏ ଓଡ଼ିଶା କୁ କେବେ ଭୁଲିନି। ଆପଣ ଯଦି ମୋ ଫେସବୁକ୍‌ ପ୍ରୋଫାଇଲ୍‌ ଦେଖିବେ ତେବେ ସେଠାରେ ପ୍ରଥମେ ଟିଟିଲାଗଡ ତାପରେ ଓଡ଼ିଶା ଏବଂ ତାପରେ ଭାରତ ଲେଖାଥିବାର ପାଇବେ। ମୁଁ ଓଡ଼ିଶାକୁ କେବେବି ଭୁଲି ପାରିବିନି କାରଣ ମୋ କ୍ୟାରିଅର ଆରମ୍ଭରୁ ମତେ ଯେଉଁ କିଛି ଲୋକ ସାହାଯ୍ୟ କରିଥିଲେ ସେମାନେ ଥିଲେ ମୋ ଓଡ଼ିଆ ଭାଇ ଏବଂ ବନ୍ଧୁ । ଆଜି ଏ ଯାତ୍ରା ସଫଳ ହେଇଛି କେବଳ ଓଡ଼ିଆଙ୍କ ପାଇଁ।

ଓଡ଼ିଶାରେ ମୁଁ ଗୋଟେ ଫିଲ୍ମ କରିବି ବୋଲି ୬/୭ ମାସ ହେବ ଚେଷ୍ଟା କରୁଛି। କିନ୍ତୁ ଗୋଟେ ଭଲ ସ୍କ୍ରିପ୍ଟ ପାଇନି। ତଥାପି ୨୦୧୯ରେ ଓଡିଆରେ ନିଶ୍ଚିତ ଭାବେ ଗୋଟେ ପ୍ରୋଜେକ୍ଟ ଆରମ୍ଭ କରିବି। ଓଡ଼ିଆ ଲୋକ ମାନଙ୍କୁ ନେଇ ଗୋଟେ ଓଡ଼ିଆ ଫିଲ୍ମ ତିଆରି କରିବି।

ଓଡ଼ିଶା ରିପୋର୍ଟର- କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଆପଣଙ୍କ ଫିଲ୍ମ ଚାଲିବା ସମୟରେ କଣ ଅନୁଭବ ହେଉଥିଲା?

ଜିତେନ୍ଦ୍ର- କାନ୍ସରେ ଯେଉଁ ଫିଲ୍ମ ଦେଖାଗଲା ତାର ନାଁ ଥିଲା ‘ ଦ ଲାଷ୍ଟ କଲର୍‌’।  ଯାହାକୁ ଲେଖିଥିଲେ ସେକେବ୍ରିଟି ସେଫ୍‌ ବିକାଶ ଖନ୍ନା। ମୁଁ ସେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲି। ଏବଂ ମୁଁ ଏ ଫିଲ୍ମର ଏବେ ପ୍ରମୋଟର। ମୋର ଇଚ୍ଛା ଥିଲା କେମିତି ଅଧିକରୁ ଅଧିକ ଲୋକ ଏହି ଫିଲ୍ମକୁ ଦେଖନ୍ତୁ। ସେଇଟା ହେଲା। ଯାହାକୁ ଦେଖି ମତେ ବହୁତ ଖୁସି ଲାଗିଲା।



from Odisha Reporter https://ift.tt/2NV8ya4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages