ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବ ମୋଦିଙ୍କ ବାୟୋପିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବ ମୋଦିଙ୍କ ବାୟୋପିକ୍‌

ମୁମ୍ବାଇ: ପାଖେଇ ଆସୁଛି ୨୦୧୯ ଲୋକସଭା ନିବାର୍ଚନ। ଏହା ୧୧ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୧୯ ମେ’ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନୀ ଯୁଦ୍ଧ ପାଇଁ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ି ସାରିଲେଣି।

ବଳିଉଡ୍‌ରେ ମଧ୍ୟ ନିର୍ବାଚନୀ ହାୱା କିଛି କମ୍‌ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ବହୁତ ଜୋର୍‌ସୋର୍‌ରେ ତିଆରି ହେଉଛି। ଏହି ଫିଲ୍ମର ରିଲିଜ୍‌ ତାରିଖ ପୂର୍ବରୁ ୧୨ ଏପ୍ରିଲ୍‌ ଥିଲା। କିନ୍ତୁ ଏବେ ଏହାକୁ କିଛି ଦିନ ପୂର୍ବରୁ ୫ ଏପ୍ରିଲ୍‌ରେ ରିଲିଜ୍‌ କରାଯାଉଛି। ନିର୍ବାଚନକୁ ଆଖି ଆଗରେ ରଖି ଏହି ଫିଲ୍ମ ରିଲିଜ୍‌ କରାଯାଉଛି ବୋଲି ଚର୍ଚ୍ଚା ହେଉଛି।

ମୋଦିଙ୍କ ପ୍ରତି ସାଧାରଣ ଲୋକଙ୍କ ଭଲ ପାଇବା ଦେଖି ଏହି ଫିଲ୍ମ ନିର୍ମାଣ କରାଯାଇଛି ବୋଲି ପିଲ୍ମର ନିର୍ମାତା କହିଛନ୍ତି। ରାଷ୍ଟ୍ରୀୟ ପୁରଷ୍କାର ବିଜେତା ଅମଙ୍ଗ କୁମାର ଏହି ଫିଲ୍ମର ଡାଇରେକ୍ଟର ଅଛନ୍ତି। ବଲିଉଡ୍‌ ଅଭିନେତା ବିବେକ୍ ଓବରୟେ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଏହି ଫିଲ୍ମ ହିନ୍ଦି ସମେତ ତାମିଲ୍ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍ କରାଯିବ। ଦର୍ଶକଙ୍କ ଦାବି ଅନୁସାରେ ସପ୍ତାହେ ଆଗରୁ ଏହି ଫିଲ୍ମକୁ ରିଲିଜ୍‌ କରୁଛୁ ବୋଲି ନିର୍ମାତା ସନ୍ଦିପ୍‌ ସିଂ କହିଛନ୍ତି। “ଲୋକମାନଙ୍କର ଏହି ପିଲ୍ମକୁ ନେଇ ଅନେକ ଆଶା ଏବଂ ଆଗ୍ରହ  ରହିଛି। ସେମାନେ ଏହାକୁ ଦେଖିବାକୁ ଆହୁରି ଅପେକ୍ଷା କରନ୍ତୁ ବୋଲି ଆମେ ଚାହୁଁ ନ ଥିବା ସନ୍ଦିପ୍‌ କହିଛନ୍ତି।

ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଆରମ୍ଭରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ ବିଷୟ ଦର୍ଶାଯାଇଛି। ନିର୍ମାତାମାନେ ପୂର୍ବରୁ ଫିଲ୍ମର ପ୍ରଥମ ଲୁକ୍‌ ଏବଂ ପୋଷ୍ଟରକୁ ୨୩ଟି ଭାଷାରେ ଜାରି କରି ସାରିଛନ୍ତି ।

ସଂନ୍ଦିପ ସିଂ ଏହି ଫିଲ୍ମର ନିର୍ମାତା ଏବଂ କ୍ରିଏଟିଭ୍‌ ଡାଇରେକ୍ଟର୍‌  ଅଛନ୍ତି। ଫିଲ୍ମର କାହାଣୀ ମଧ୍ୟ ସେ ଲେଖିଛନ୍ତି। ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି।  ଅଭିନେତା ବୋମନ୍ ଇରାନି ଲୋକପ୍ରିୟ ବିଜନେସ୍‌ ମ୍ୟାନ୍ ରତନ୍ ଟାଟାଙ୍କ ଭୂମିକାରେ ଦେଖାଦେବେ। ଏହାବ୍ୟତୀତ ଆହୁରି ଅନେକ କଳାକାରଙ୍କୁ ମଧ୍ୟ ଆପଣ ଏହି ଫିଲ୍ମରେ ଦେଖିବାକୁ ପାଇବେ।



from Odisha Reporter https://ift.tt/2JmzuRp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages