ମୋଦିଙ୍କୁ ସିଧାସଳଖ ଟାର୍ଗେଟ କଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ମୋଦିଙ୍କୁ ସିଧାସଳଖ ଟାର୍ଗେଟ କଲେ ପ୍ରିୟଙ୍କା

ଫୈଜାବାଦ: ବାରଣାସୀରୁ ନିର୍ବାଚନ ଲଢ଼ିବାକୁ ପରୋକ୍ଷରେ ସଙ୍କେତ ଦେଇଥିବା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମୋଦି କେଉଁଭଳି ଭାବେ ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀକୁ ଅବହେଳା କରିଛନ୍ତି, ସେକଥା ପ୍ରିୟଙ୍କା ଭୋଟରମାନଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି।

ଆଜି ଉତ୍ତର ପ୍ରଦେଶର ଫୈଜାବାଦ୍‌ରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି, “ ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀର ଗୋଟିଏ ହେଲେ ଗାଁକୁ ଯାଇନାହାନ୍ତି। ଏପରି କି ନିଜର ନିର୍ବାଚନ ମଣ୍ଡଳୀର ଗୋଟିଏ ହେଲେ ବି ପରିବାରକୁ ଭେଟି ନାହାନ୍ତି। ଏକଥା ବାରଣାସୀ ଲୋକ କହିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିଶ୍ୱ ବୁଲିବାକୁ ମୋଦିଙ୍କ ପାଖରେ ସମୟ ରହିଛି ହେଲେ ବାରଣାସୀ ପାଇଁ ତାଙ୍କ ପାଖରେ ଆଦୌ ସମୟ ନାହିଁ।

ମୋଦି ଏହି ୫ ବର୍ଷ ମଧ୍ୟରେ ଆମେରିକା, ଫ୍ରାନ୍ସ ଓ ଜାପାନ ଭଳି ରାଷ୍ଟ୍ର ବୁଲିଛନ୍ତି। ହେଲେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇନାହାନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କିଛି ବି କରିନାହାନ୍ତି। ଏହା ଏକ ଛୋଟିଆ କଥା ନୁହେଁ। ଏହା ଏକ ବଡ଼ ପ୍ରସଙ୍ଗ। ଏ ସରକାର କେବଳ ଧନୀମାନେ କେମିତି ଆହୁରି ଧନୀ ହେବେ, ସେକଥା ଚିନ୍ତା କରୁଛନ୍ତି ହେଲେ ଗିରବଙ୍କୁ ସାହାଯ୍ୟ କରୁନାହାନ୍ତି। ବିଜେପି ନେତୃତ୍ୱାଧିନ ସରକାର ହେଉଛି ଲୋକ ଏବଂ ଚାଷୀଙ୍କ ବିରୋଧୀ।”

ବିଜେପି ଯୋଜନାବଦ୍ଧ ଭାବେ ଦେଶର ସମସ୍ତ ସାମ୍ବିଧାନିକ ସଂସ୍ଥାକୁ ନଷ୍ଟ କରି ଦେବାକୁ ଚାହୁଁଛି। ଗଣତନ୍ତ୍ରକୁ ବିଜେପି ବିପଦରେ ପକାଇଛି। ତେଣୁ ଏବେ ଲୋକମାନେ ଚିନ୍ତା କରିବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି।



from Odisha Reporter https://ift.tt/2OxyBnR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages