
ନୂଆଦିଲ୍ଲୀ: ସମଗ୍ର ହିନ୍ଦୁ ସମାଜକୁ ବଦ୍ନାମ କରିବା ଉଦ୍ଦେଶ୍ୟରେ କଂଗ୍ରେସ ସମଝୌତା ଏକ୍ସପ୍ରେସ ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟକଳାପର ନାମ ଦେଇଥିଲା ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ। ସେ କହିଛନ୍ତି, କୋର୍ଟର ରାୟ ସ୍ପଷ୍ଟ କରିଦେଇଛି ଏହା ଆଦୌ ପ୍ରମାଣ ନଥିବା ଏକ ମାମଲା।
ସେ ଆହୁରି ମଧ୍ୟ କହିଛନ୍ତି, “ଏହି ରାୟ ସ୍ପଷ୍ଟ କରିଦେଇଛି ଯେ ଏହି ମାମଲାରେ ଆଦୌ ପ୍ରମାଣ ନାହିଁ, କିନ୍ତୁ ସେତେବେଳର ସରକାର ହିନ୍ଦୁଙ୍କୁ ବଦ୍ନାମ କରିବା ପାଇଁ ଏହାକୁ ଆତଙ୍କବାଦର ରୂପ ଦେଇଥିଲେ। କଂଗ୍ରେସ ମିଛ ପ୍ରମାଣକୁ ଭିତ୍ତି କରି ଏହାକୁ ‘ହିନ୍ଦୁ ଆତଙ୍କବାଦ’ର ରୂପ ଦେଇ ଅପପ୍ରଚାର କରିବାକୁ ଆରମ୍ଭ କରିଦେଇଥିଲା, କିନ୍ତୁ କୋର୍ଟ ଶେଷରେ ନିଜର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି।”
ସେ ବିରୋଧୀ ଦଳଙ୍କୁ ସମାଲୋଚନା କରି କହିଛନ୍ତି, ବୋଧହୁଏ ଏହି ରାୟ ପରେ ହିନ୍ଦୁଙ୍କୁ ଆତଙ୍କବାଦୀ କହୁଥିବା ଲୋକେ ବର୍ତ୍ତମାନ ନିଜ ଧର୍ମ ପ୍ରତି ଥିବା ନିଜର ଆନୁଗତ୍ୟ ପ୍ରମାଣ କରାଇବାରେ ବ୍ୟସ୍ତ ଅଛନ୍ତି।
୨୦୧୦ ମସିହାରେ ପ୍ରଥମେ ଏହି ମାମଲା ହରିଆଣା ପୁଲିସ ତଦନ୍ତ କରୁଥିଲା। ପରେ ଏନ୍ଆଇଏ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା। ଏହି ମାମଲାର ସମସ୍ତ ଅଭିଯୁକ୍ତ ବିନା ପ୍ରମାଣରେ ନିର୍ଦ୍ଦୋଷାରେ ଖଲାସ୍ ହୋଇଛନ୍ତି। କୋର୍ଟ ରାୟରେ କହିଥିଲେ, “ଅଭିଯୁକ୍ତଙ୍କୁ ଏହି ଅପରାଧ ସହିତ ଯୋଡ଼ିବା ପାଇଁ କୌଣସି ମୌଖିକ, ଦସ୍ତାବିଜ୍ ବା ବୈଜ୍ଞାନିକ ପ୍ରମାଣ ମହଜୁଦ ନାହିଁ।”
from Odisha Reporter https://ift.tt/2FIfxR0
No comments:
Post a Comment