ପାକ୍‌ ସହ କର୍ତ୍ତାରପୁର ଆଲୋଚନା ବାତିଲ କଲା ଭାରତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ପାକ୍‌ ସହ କର୍ତ୍ତାରପୁର ଆଲୋଚନା ବାତିଲ କଲା ଭାରତ!

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର ନିର୍ମାଣକୁ ନେଇ ପାକିସ୍ତାନର ଦୋମୁହାଁ ନୀତି ଧରା ପଡ଼ିଛି। କର୍ତ୍ତାରପୁର କରିଡର ନିର୍ମାଣ ଓ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଗୁରୁଦ୍ୱାର ନେବାକୁ ପାକିସ୍ତାନ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗୁରୁଦ୍ୱାର କମିଟିରେ ରଖିଥିବାରୁ ଭାରତ ଏହା ଉପରେ ଆପତ୍ତି ଉଠାଇଛି। ଏଥିସହ ଆସନ୍ତା ଏପ୍ରିଲ ୨ରେ ପାକିସ୍ତାନ ସହ ଏହି ସମ୍ପର୍କରେ ଅନୁଷ୍ଠିତ ହେବାକୁ ଥିବା ବୈଠକକୁ ଭାରତ ଯିବନାହିଁ ବୋଲି ମଧ୍ୟ ଆଜି ନୂଆଦିଲ୍ଲୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

କର୍ତ୍ତାରପୁର ଠାରେ ଥିବା ଗୁରୁଦ୍ୱାର ଦରବାର ସାହିବଙ୍କୁ ଭାରତୀୟ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ସୀମାରେ ଏକ କରିଡର ନିର୍ମାଣ କରୁଛନ୍ତି। ତେବେ ଭାରତୀୟ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଗୁରୁଦ୍ୱାର ନେବାକୁ ପାକିସ୍ତାନ ଏକ କମିଟି ଗଠନ କରିଛି। ଏହି କମିଟିରେ ଜଣେ ଖଲିସ୍ତାନ ସମର୍ଥକଙ୍କୁ ସଦସ୍ୟ ଭାବେ ସାମିଲ କରିଥିବାର ରିପୋର୍ଟ ପ୍ରକାଶ ପାଇଥିଲା।

ଏହାପରେ ଭାରତ ଏ ସମ୍ପର୍କରେ ପାକିସ୍ତାନକୁ ଜଣାଇବା ସହ ଇସ୍‌ଲାମାବାଦରୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଥିଲା। ହେଲେ ପାକିସ୍ତାନ ବିଭିନ୍ନ ଆଳ ଦେଖାଇ ଏଯାଏ ଏହାର ଜବାବ ଦେଇନାହିଁ। ତେଣୁ ପାକିସ୍ତାନ ସ୍ପଷ୍ଟୀକରଣ ନ ଦେବା ଯାଏ ଭାରତ କୌଣସି ପ୍ରକାରର ବୈଠକ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ପୂର୍ବରୁ ଭାରତ ଓ ପାକ୍‌ ମଧ୍ୟରେ ମାର୍ଚ୍ଚ ୧୪ରେ କର୍ତ୍ତାରପୁରକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଭାରତ ଏକାଧିକ ପ୍ରସ୍ତାବ ପାକିସ୍ତାନ ଆଗରେ ଉପସ୍ଥାପନ କରିଥିଲା। ପରବର୍ତ୍ତୀ ବୈଠକ ଏପ୍ରିଲ ୨ରେ ହେବ ବୋଲି ସ୍ଥିର ହୋଇଥିଲା।

ବୁଧବାର ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କର୍ତ୍ତାରପୁର କରିଡର ପାଇଁ ୧୦ ଜଣିଆ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଥିଲେ। ଏଥିରେ ଖଲିସ୍ତାନୀ ସପକ୍ଷବାଦୀ ଗୋପାଲ ସିଂହ ଚାୱଲାଙ୍କ ନାଁ ରହିଛି। ଏହି ନାଁ ଘୋଷଣା ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ “ଏହି ପ୍ରସଙ୍ଗରେ ଆମେ ପାକିସ୍ତାନ ସରକାରଙ୍କୁ ଅବଗତ କରାଇଛୁ। ଏଥିସହ ଏ ସମ୍ପର୍କରେ ପାକିସ୍ତାନକୁ ସ୍ପଷ୍ଟୀକରଣ ମାଗିଛୁ। କ’ଣ ପାଇଁ କର୍ତ୍ତାରପୁର କରିଡର କମିଟିରେ ଖଲିସ୍ତାନୀଙ୍କୁ ସାମିଲ କରାଯାଇଛି, ତା’ର ଜବାବ ମାଗିଛୁ। ପାକିସ୍ତାନ ଏହାର ଉତ୍ତର ଦେବା ପରେ ହିଁ ଯାଇ ପରବର୍ତ୍ତୀ ବୈଠକ ପାଇଁ ତାରିଖ ଧାର୍ଯ୍ୟ କରାଯିବ।”

ଗୋପାଲ ସିଂହ ଚାୱଲା ହେଉଛନ୍ତି ଶିଖ୍‌ମାନଙ୍କ ପାଇଁ ସ୍ୱତନ୍ତ୍ର ଦେଶ ଗଠନ ପାଇଁ ଆନ୍ଦୋଳନର ମୁଖ୍ୟ ଖଳନାୟକ ଥିଲେ। ଶିଖ୍‌ମାନଙ୍କୁ ଭାରତ ବିରୋଧରେ ମଧ୍ୟ ମତାଇଥିଲେ। ଏବେ ସେ ପାକିସ୍ତାନରେ ରହିବା ସହ ପାକିସ୍ତାନ ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ରହିଛନ୍ତି। ତାଙ୍କ ନାଁରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ମାମଲା ରହିଛି। ତଥାପି ପାକିସ୍ତାନ ତାଙ୍କୁ କମିଟିର ସଦସ୍ୟ କରିଥିବାରୁ ଭାରତ ଏହାକୁ ବିରୋଧ କରିଛି।



from Odisha Reporter https://ift.tt/2WvHCAE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages