କାହା ଘର କେଉଁଠି ଆଉ ଲଢୁଛନ୍ତି କେଉଁଠୁ, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

କାହା ଘର କେଉଁଠି ଆଉ ଲଢୁଛନ୍ତି କେଉଁଠୁ, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ସାରା ରାଜ୍ୟ ଏବେ ଉଠୁଛି ପଡୁଛି। ପ୍ରଚାର ଅଭିଯାନରେ ବାହାରିଛନ୍ତି ନେତା। ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଉ ଲୋକଙ୍କୁ ଆର୍ଥିକ ଲାଭ ପହଞ୍ଚାଉଥିବା ଯୋଜନାକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ବେଳେ ବିଜେପି ମୋଦି ହାୱାରେ ଉଡୁଛି। ଗାଦି ପାଇଁ ଅଙ୍କକଷା ଏ ଯାଏ ସରୁନି। ସେଇଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଏବେ ସବୁଆଡ଼ର ଭିଡ଼ ଏକାଠି ହୋଇଛି। ଉଦୁଉଦିଆ ଖରାରେ ନବୀନ ନିବାସ ସମ୍ମୁଖରେ ଟିକେଟ ପାଇଁ ନସର ପସର ହେଉଛନ୍ତ ନେତା। ବିଜେପି ଅଫିସ୍‌ ସମ୍ମୁଖର ସ୍ଥିତି ମଧ୍ୟ ଏକାଭଳି। ହେଲେ କଂଗ୍ରେସ ଭବନ ସମ୍ମୁଖରେ ଭିଡ଼ ଟିକେ କମ୍‌ ଅଛି।

ହେଲେ ଏଥରର ଚର୍ଚ୍ଚା ନୂଆ ପ୍ରାର୍ଥୀଙ୍କୁ ନେଇ। ଏଥର ଏମିତି ଅନେକ ନୂଆ ମୁହଁ ସାମ୍ନାକୁ ଆସିଛନ୍ତି, ଯେଉଁମାନଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟର ଜାଣିବା ଦରକାର। ସତ କହିବାକୁ ଗଲେ
ସାଇ ପଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ଅନେକ। ଏମିତି କହିବାର କାରଣ ହେଉଛି, ଏଥର ଅନେକ ନୂଆ ମୁହଁଙ୍କୁ ଦଳ ଟିକେଟ ଦେଇଥିଲେ ବି ସମ୍ପୃକ୍ତ ପ୍ରାର୍ଥୀଙ୍କ ସହ ସେହି ନିର୍ବାଚନମଣ୍ଡଳୀରେ ସେଭଳି କିଛି ସମ୍ପର୍କ ନ ଥିବା କୁହାଯାଉଛି।

ଅନୁଭବ ମହାନ୍ତି- ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନାଁ ହେଉଛନ୍ତି ଅନୁଭବ। ବିଜେଡି କିଛି ଦିନ ତଳେ ଏହି ଯୁବ ନେତାଙ୍କୁ ରାଜ୍ୟସଭା ପଠାଇଥିଲା। ହେଲେ ଏଥର ତାଙ୍କୁ ପ୍ରତ୍ୟକ୍ଷ ନିର୍ବାଚନରେ ଲଢ଼ିବାକୁ ହେବ। ଅନୁଭବ କଟକ ମାଟିର ପୁଅ, ହେଲେ ତାଙ୍କୁ ଟିକେଟ ମିଳିଛି କେନ୍ଦ୍ରାପଡ଼ାରୁ। ତାଙ୍କ ଲଢେଇ ବିଜେପି ନେତା ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ହେବ। ଯେଉଁଠୁ ଏକାଧିକ ଥର ବିଜେଡି ଟିକେଟରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଛନ୍ତି ବୈଜୟନ୍ତ। ଏଣୁ ବାରଙ୍ଗ ମାଟିର ପୁଅ ହେଲେ ବି ବୈଜୟନ୍ତ କେନ୍ଦ୍ରାପଡ଼ା ଭୋଟରଙ୍କ ପାଇଁ ଆଦୌ ନୂଆ ନୁହେଁ। ଏଣୁ ଏଠି ଲଢ଼େଇରେ ପଡ଼ିଶା ଘରର ପୁଅ ଜିତିବ କି ପୁରୁଣା ଖେଳାଳି ବାଜିମାତ କରିବେ, ତାହା ସମୟ କହିବ।

ଅଚ୍ୟୁତ ସାମନ୍ତ- କିଟ୍‌ ବିଶ୍ୱବିଦ୍ୟାଳୟ ଓ ‘କିସ’ ର ପ୍ରତିଷ୍ଠାତା ହେଉଛନ୍ତି ଅଚ୍ୟୁତ। ଘରୋଇ କଲେଜରେ ଅଧ୍ୟାପନାରୁ ଜୀବନ ଆରମ୍ଭ କରିଥିବା ଅଚ୍ୟୁତ କିଛି ଦିନ ତଳେ ବିଜେଡିର ଶରଣାପନ୍ନ ହୋଇଥିଲେ। ତାଙ୍କୁ ବିଜେଡି ରାଜ୍ୟସଭାକୁ ମଧ୍ୟ ପଠାଇଥିଲା। ହେଲେ ଏଥର ରାଜନୀତିକ ପଶାପାଲିରେ ତାଙ୍କ ଦମ୍‌ ଦେଖିବାକୁ ତାଙ୍କୁ ମଇଦାନରେ ଉତାରିଛି ବିଜେଡି। କଟକ ଜିଲ୍ଳାରେ ଜନ୍ମିତ ଏବଂ ଭୁବନେଶ୍ୱର ସହ ଘନିଷ୍ଠ ଭାବେ ଜଡ଼ିତ ଅଚ୍ୟୁତ କିନ୍ତୁ ଲୋକସଭା ଟିକେଟ ପାଇଛନ୍ତି କନ୍ଧମାଳ ପାଇଁ। ଯାହାଙ୍କୁ ଟକ୍କର ଦେବେ ବିଜେପିର ପୁରୁଖା ଓ ଅନୁଭବୀ ରାଜନେତା ତଥା ତିନି ତିନି ଥର ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ। ହେଲେ ଉଭୟ ହେଉଛନ୍ତି ବାହାର ଜିଲ୍ଲାର ଲୋକ। ଏଣୁ ଦୁହିଁଙ୍କ ଭିତରେ କୋଉ ପଡ଼ିଶା ଘରର ପୁଅ କ’ଣ କମାଲ୍‌ କରୁଛନ୍ତି ତାହା କନ୍ଧମାଳର ଭୋଟର ହିଁ ନିଷ୍ପତ୍ତି ନେବେ।

ଖାରବେଳ ସ୍ୱାଇଁ- ମହାମେଘବାହାନ ଐର ଖାରବେଳ ସ୍ୱାଇଁ ରାଜନୀତିରେ ନୂଆ ନୁହନ୍ତି। ସରକାରୀ ଚାକିରି ଛାଡ଼ି ସେ ଦଳୀୟ ରାଜନୀତିରେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲାକୁ ଲୋକସଭାରେ ପ୍ରତିନିଧିତ୍ୱ କରିଛନ୍ତି। ହେଲେ କିଛି ବର୍ଷ ତଳେ ବିଜେପି ଛାଡ଼ି ନିଜେ ଏକ ଦଳ ‘ଉତ୍କଳ ଭାରତ’ ଗଠନ କରିଥିଲେ। ଅନେକ ଚର୍ଚ୍ଚା ସାଉଁଟିଛନ୍ତି ଖାରବେଳ। ନିର୍ବାଚନୀ ସଭାରେ ନବୀନଙ୍କ ବିରୋଧରେ ବିଷୋଦ୍‌ଗାର କରି ମାଡ଼ ଖାଇଛନ୍ତି ଆଉ ଚର୍ଚ୍ଚିତ ହୋଇଛନ୍ତି। ନିକଟରେ ସେ ନିଜ ପୁରୁଣା ଦଳ ବିଜେପିକୁ ଫେରିଛନ୍ତି ଓ ଦଳ ତାଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରିଛି। ଦେଖାଯାଉ ବିଜେପିର ଭରସା ସେ ଜିତି ପାରୁଛନ୍ତି କି ନାହିଁ।

ଅରୁପ ପଟ୍ଟନାୟକ- ମୁମ୍ବାଇ ମହାନଗରର ପୂର୍ବତନ ପୁଲିସ୍‌ କମିଶନର ଅରୂପ ପଟ୍ଟନାୟକଙ୍କ ନାଁ ଦବଙ୍ଗ ପୁଲିସ୍‌ ଅଫିସରଙ୍କ ମଧ୍ୟରେ ଗଣା ହୁଏ। ମୁମ୍ବାଇରେ ତାଙ୍କ ନାଁରେ ଚର୍ଚ୍ଚା ଅନେକ। ପଟ୍ଟନାୟକଙ୍କ ନିଜ ଘର ପୁରୀ ଜିଲା ଡେଲାଙ୍ଗରେ। ଓଡ଼ିଶା ଫେରିବା ପରେ ପଟ୍ଟନାୟକଙ୍କୁ ବିଜୁ ଯୁବ ବାହିନୀର ଦାୟିତ୍ୱ ମିଳିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ରାଜନୀତି ପଶାପାଲିରେ ଉତାରିଛି ବିଜେଡି। ହେଲେ ନିଜ ଘରେ ପ୍ରାର୍ଥୀ ନ କରି ପଡ଼ିଶା ଘରେ ପ୍ରାର୍ଥୀ କରିଛି ଦଳ। ଭୁବନେଶ୍ୱର ଲୋକସଭା ପାଇଁ ବିଜେଡି ଟିକେଟରେ ଲଢୁଛନ୍ତି ଅରୂପ। ଆଉ ତାଙ୍କ ସାମ୍ନା କରିବାକୁ ପଡିବ ବିଜେପିର ଅପରାଜିତାର ଷଡଙ୍ଗୀଙ୍କୁ। ଆଉ ନିର୍ବାଚନ ପରେ ହିଁ ଜଣାପଡିବ କାହାର ଦମ୍‌ କେତେ।

ଅପରାଜିତା ଷଡଙ୍ଗୀ- ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ବିଏମସି କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଟାଣୁଆ ଓ ଉତ୍ତମ ପ୍ରଶାସକ ଭାବେ ତାଙ୍କର ଭୁବନେଶ୍ୱରରେ ଖ୍ୟାତି ରହିଛି। ନିକଟରେ ଭାରତୀୟ ପ୍ରଶାସନିକ ସେବା ଚାକିରି ଛାଡ଼ି ସେ ବିଜେପିରେ ଯୋଗ ଦେଇଛନ୍ତି ଆଉ ଦଳ ତାଙ୍କୁ ଦେଇଛି ଗୁରୁ ଦାୟିତ୍ୱ। ବିହାରରେ ଜନ୍ମିତ ଅପରାଜିତା ଓଡ଼ିଆ ଆଇଏଏସ୍‌ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିବା ପରେ ଅପରାଜିତା ହୋଇଛନ୍ତି ଓଡ଼ିଶାର ବୋହୂ। ଆଉ ଜଣେ ଓଡ଼ିଆ ବୋହୂର ପରିଚୟ ନେଇ ସେ ଏଥର ନିର୍ବାଚନ ଲଢୁଛନ୍ତି। ସେମିତି ଦେଖିବାକୁ ଗଲେ ସେ ବି ହେଛନ୍ତି ପଡ଼ିଶା ଘରର ପ୍ରାର୍ଥୀ।

ସମ୍ବିତ୍‌ ପାତ୍ର- ବିଜେପିର ବହୁ ଚର୍ଚ୍ଚିତ ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସମ୍ବିତଙ୍କୁ ପୁରୀରୁ ଲଢ଼ିବାକୁ ଗ୍ରୀନ୍‌ ସିଗନାଲ୍‌ ଦେଇଛନ୍ତି ମୋଦି। ଝାରଖଣ୍ଡର ଧାନବାଦରେ ଜନ୍ମିତ ସମ୍ବିତ ଓଡ଼ିଶା ବାହାରେ ରହିଆସିଛନ୍ତି। ହେଲେ ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀରେ ତାଙ୍କୁ ମିଳିଛି ନିର୍ବାଚନ ଲଢ଼ିବାର ସୁଯୋଗ। କଥାଛଳରେ ଏ କଥାଟିକୁ ସମ୍ବିତ ନିଜେ ମଧ୍ୟ ସ୍ଵୀକାର କରିଛନ୍ତି। କହୁକହୁ କହିଛନ୍ତି, “ପ୍ରତି ଓଡ଼ିଆଙ୍କ ଡିଏନ୍‌ଏରେ ଜଗନ୍ନାଥ ଅଛନ୍ତି। ମୋ ଘର ଯୋଉଠି ହେଲେ ବି ମୁଁ ଓଡ଼ିଆ ପୁଅ।” ଏକଥା କେତେମାତ୍ରାରେ ଭୋଟରଙ୍କୁ ପ୍ରଭାବିତ କରିବ ତାହା ଦେଖିବାକୁ ରହିଲା।

ସତ୍ୟପ୍ରକାଶ ନାୟକ- ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସ ଦଳ ପାଇଁ ପୁରୀରୁ ଲଢୁଛନ୍ତି। ଟେଲିଭିଜନ ସାମ୍ବାଦିକ ଭାବେ ତାଙ୍କର ବିଶେଷ ଖ୍ୟାତି ରହିଛି। ହେଲେ, ସତ୍ୟଙ୍କ ଘର ହେଉଛି ଭଦ୍ରକ ଜିଲ୍ଲାରେ। ଉତ୍ତର ଓଡିଶାର ପୁଅ ସତ୍ୟ ଶ୍ରୀକ୍ଷେତ୍ରରେ ସାଂସଦ ପିନାକୀ ମିଶ୍ର ଓ ସମ୍ବିତ ପାତ୍ରଙ୍କ ସହ ଟକ୍କର ଦେବେ। ଖାଲି ପ୍ରତୀକ୍ଷା ଏମାନଙ୍କ ମଧ୍ୟରୁ କାହାକୁ ମିଳୁଛି ଜଗନ୍ନାଥଙ୍କ ଆଶୀର୍ବାଦ ଆଉ ଭୋଟରଙ୍କ ଭରସା।



from Odisha Reporter https://ift.tt/2HNSo1N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages