ଭୋଟ୍ ପାଇଁ ଆଉ ଏକ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଭୋଟ୍ ପାଇଁ ଆଉ ଏକ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ନୂଆ ଯୋଜନା ‘କାରିଗର ସହାୟତା ଯୋଜନା’ ଘୋଷଣା କରିଛନ୍ତି। କଳା ପ୍ରତି ସମର୍ପିତ ଥିବା କାରିଗରମାନଙ୍କ ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବରିଷ୍ଠ କାରିଗରମାନଙ୍କୁ ମାସିକ ୮୦୦ଟଙ୍କା ଓ ୮୦ବର୍ଷରୁ ଊର୍ଦ୍ଧ୍ଵ କାରିଗରଙ୍କୁ ମାସିକ ୧୦୦୦ଟଙ୍କା ସହାୟତା ମିଳିବ। ଏଥିପାଇଁ ଜଣେ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଦରକାର।

ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଏକ ଚୟନ କମିଟି ଗଠନ କରାଯାଇ ହିତାଧିକାରୀ ଚିହ୍ନଟ କରାଯିବ। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକ୍ରମର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି।



from Odisha Reporter https://ift.tt/2Tr5wQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages