ଆଇଆଇଏମ୍‌ସି ଆଲୁମ୍ନି ମିଟ୍‌: ଏକାଠି ଅନୁଭୂତି ବାଣ୍ଟିଲେ ନୂଆ-ପୁରୁଣା ପିଢ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଆଇଆଇଏମ୍‌ସି ଆଲୁମ୍ନି ମିଟ୍‌: ଏକାଠି ଅନୁଭୂତି ବାଣ୍ଟିଲେ ନୂଆ-ପୁରୁଣା ପିଢ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଭିଏଁ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ହେଲେ ସମସ୍ତେ ଗୋଟିଏ ବ୍ୟାଚ୍‌ରେ ନଥିଲେ। ଭିନ୍ନ ଭିନ୍ନ ବ୍ୟାଚ୍‌ ସାଙ୍ଗକୁ ଏକାଠି ହୋଇଥିଲେ ବରିଷ୍ଠ-କନିଷ୍ଠ। ଆଉ କେହି କେହି ପରସ୍ପର ବନ୍ଧୁ ଏକା ବ୍ୟାଚ୍‌ର ଥିଲେ। ଗୋଟିଏ ଜାଗାରେ ଏକାଠି ହୋଇଥିବା ଏହି ଚିହ୍ନା-ଅଚିହ୍ନା ଛାତ୍ରଛାତ୍ରୀମାନେ ପରସ୍ପରକୁ ପରିଚୟ ଦେଇଥିଲେ। ଭାବବିନିମୟ ଓ ନାଚଗୀତ ମଧ୍ୟରେ ଏକ ନିଆରା ସମ୍ପର୍କ ସୃଷ୍ଟି ହୋଇଥିଲା। ଅବସର ଥିଲା ଆଇଆଇଏମ୍‌ସି (ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେସନ୍‌) ଓଡ଼ିଶା ଚାପ୍ଟର୍‌ର ପୁରାତନ ଛାତ୍ରଛାତ୍ରୀ କନେକ୍ସନ୍‌(ଆଲୁମ୍ନି ମିଟ୍) ୨୦୧୯। ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଶୀତଳରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ନୂଆ ଏବଂ ପୁରୁଣା ପିଢ଼ିର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଢେଙ୍କାନାଳ ଆଇଆଇଏମ୍‌ସି ପରିସର ସହିତ ଭୁବନେଶ୍ୱରରେ ମଧ୍ୟ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।

ଏଥିରେ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହାସହ ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ର ଭାରତ ଭୂଷଣ ପରିଡ଼ାଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସମ୍ମାନ, ପ୍ରିୟଙ୍କା ଯୋଶୀଙ୍କୁ ପ୍ରଫେସର୍‌ କେଏମ୍‌ ଶ୍ରୀବାସ୍ତବ ସମ୍ମାନ ଓ ସ୍ୱପ୍ନିଲ୍‌ ଜୋଗଲକରଙ୍କୁ ପ୍ରଫେସର ବିବି ମହାନ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ  ଆସୋସିଏସନ୍‌ ସଂଗଠନର ସଂଗଠନ ସମ୍ପାଦକ ରିତେଶ ବର୍ମା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ଯୋଗୁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଇଆଇଏମ୍‌ସିର କେନ୍ଦ୍ରୀୟ କମିଟି ଭଳି ଓଡ଼ିଶା ଚ୍ୟାପ୍ଟର ପକ୍ଷରୁ ମଧ୍ୟ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାକୁ ଏହି ସମ୍ମିଳନୀରେ ନିଷ୍ପତି ହୋଇଛି। ଆସନ୍ତା ବର୍ଷଠାରୁ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବାର ଯୋଜନା ରହିଛି। ଚଳିତବର୍ଷ ଓଡ଼ିଶା ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀରେ ଆଇଆଇଏମ୍‌ସି ପୁରାତନ ଛାତ୍ର ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ରିତେଶ ବର୍ମା, ସଂଗଠନର ସମ୍ପାଦକ କମଲେଶ ରୋଠର।

ଉତ୍ତର ପ୍ରଦେଶ ଚାପ୍ଟର୍‌ କୋଷାଧ୍ୟକ୍ଷ ମୀନାକ୍ଷୀ ପିୟୁଷ ପାଣ୍ଡେ, ଓଡ଼ିଶା ଚ୍ୟାପ୍ଟର୍‌ ସଭାପତି ସଞ୍ଜୟ ସାହୁ, ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ଦାସ, କୋଷାଧ୍ୟକ୍ଷ କିଶନ ବରାଇଙ୍କ ସମେତ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ସକ୍ରିୟ ଥିବା ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।



from Odisha Reporter https://ift.tt/2VBUQvp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages