ଏପ୍ରିଲରୁ ମହଙ୍ଗା ହେବ ଟାଟା କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଏପ୍ରିଲରୁ ମହଙ୍ଗା ହେବ ଟାଟା କାର

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର କାର ଏପ୍ରିଲରୁ ମହଙ୍ଗା ହେବ ବୋଲି ଜଣାପଡ଼ିଛି। ମୁଖ୍ୟତଃ ଘରୋଇ କାର ଗୁଡ଼ିକର ଦାମ ବଢ଼ିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି।
କଞ୍ଚାମାଲ ପାଖରୁ ଆରମ୍ଭ କରି ବିଭିନ୍ନ ଆନୁଷଙ୍ଗିକ ଜିନିଷର ଦରଦାମ ବୃଦ୍ଦି ହେବା ପରେ କମ୍ପାନୀ କାର ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ବୋଲି ଟାଟା ଯାତ୍ରୀବାହୀ କାର ବ୍ୟବସାୟ ୟୁନିଟର ଅଧ୍ୟକ୍ଷ ମୟଙ୍କ ପରିକ ଏହି ସୂଚନା ଦେଇଛନ୍ତି।
ତେବେ ଖାଲି ଟାଟା ନୁହଁ, ଏହା ପୂର୍ବରୁ ଟୟୋଟା, ଜାଗୁଆର ଭଳି କମ୍ପାନୀ ଏପ୍ରିଲ ମାସରୁ ବିଭିନ୍ନ ମଡ଼େଲର କାରର ଦାମ ବଢ଼ାଇବେ ବୋଲି ଘୋଷଣା କରିସାରିଛନ୍ତି।
ଏବେ ଟାଟା ମୋଟର୍ସର ନାନୋ କାର ପାଖରୁ ଆରମ୍ଭ କରି ଏସୟୁଭି କାର ପର୍ଯ୍ୟନ୍ତ ବଜାରରେ ରହିଛି। ବେସିକ କାରର ଦାମ ୨.୩୬ ଲକ୍ଷରୁ ଆରମ୍ଭ କରି ୧୮.୩୭ ଲକ୍ଷ ରହିଥିବା ଜଣାପଡ଼ିଛି।


from Odisha Reporter https://ift.tt/2CALAjX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages