ନିର୍ବାଚନ ନ ଲଢ଼ିବାକୁ ମୁରଲୀ ମନୋହର ଯୋଶୀଙ୍କୁ କହିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ନିର୍ବାଚନ ନ ଲଢ଼ିବାକୁ ମୁରଲୀ ମନୋହର ଯୋଶୀଙ୍କୁ କହିଲା ବିଜେପି

ନୂଆଦିଲ୍ଲୀ: ଏଲ.କେ. ଆଡଭାନୀଙ୍କ ପରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଦଳ ଟିକେଟ୍‌ ଦେବାକୁ ସିଧାସଳଖ ମନା କରିଦେଇଛି। ତେବେ ଶ୍ରୀ ଯୋଶୀ ନିଜ ଆଡୁ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି ବୋଲି ଗଣମାଧ୍ୟମରେ କହିବାକୁ ମଧ୍ୟ ବିଜେପି ତାଙ୍କ ଉପରେ ଚାପ ପକାଇଛି। ଆଜି ଏ ସମ୍ପର୍କରେ ଶ୍ରୀ ଯୋଶୀ ଖୁଲାସା କରିଛନ୍ତି।

୮୫ ବର୍ଷୀୟ ଯୋଶୀ କାନପୁର ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ। ତେବେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଓ ଆଡଭାନୀଙ୍କୁ ଦଳରେ କୋଣଠେସା କରି ରଖାଯାଇଛି।

ଶ୍ରୀ ଯୋଶୀଙ୍କୁ ଏଥର ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଶ୍ରୀ ଯୋଶୀ ସୋଶାଲ ମିଡିଆରେ କହିଛନ୍ତି ଯେ “ ମୋର ପ୍ରିୟ କାନପୁର ଭୋଟର। ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ରାମଲାଲ ମୋ ପାଖକୁ ଆସିବା ସହ ମୋତେ ଏଥର ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। କେବଳ କାନପୁର ନୁହେଁ, ମୁଁ ଯେମିତି କୌଣସି ସ୍ଥାନରେ ନିର୍ବାଚନ ନ ଲଢ଼ିବି, ସେକଥା ନିଶ୍ଚିତ କରିବାକୁ ସେ ମୋତେ କହିଛନ୍ତି।”

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ଯଦି ଶ୍ରୀ ଯୋଶୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁ ନଥିଲା, ତା’ହେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଭେଟି ଏକଥା ଜଣାଇ ପାରିଥାଆନ୍ତେ। ଏଥିସହ ତାଙ୍କୁ ଗଣମାଧ୍ୟମ ଆଗରେ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ ବୋଲି କହିବାକୁ ଚାପ ପକାଇବା ଘଟଣାକୁ ଶ୍ରୀ ଯୋଶୀ ନାପସନ୍ଦ କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଶ୍ରୀ ଯୋଶୀ ଓ ଆଡଭାନୀଙ୍କୁ ଉତ୍ତର ପ୍ରଦେଶର ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ରଖାଯାଇ ନଥିଲା। ଶ୍ରୀ ଯୋଶୀ ବାରଣାସୀରୁ ପ୍ରାର୍ଥୀ ହେଉଥିଲେ। କିନ୍ତୁ ୨୦୧୪ରେ ସେ ଏହି ଆସନକୁ ମୋଦିଙ୍କୁ ଛାଡ଼ି ଦେଇ ନିଜେ କାନପୁରରୁ ଲଢ଼ିଥିଲେ। ଏହି ଆସନରୁ ମଧ୍ୟ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତଥାପି ଦଳ ତାଙ୍କୁ ଅଣଦେଖା କରିଛି। ତେବେ ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ଏଥର ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା।



from Odisha Reporter https://ift.tt/2uwj8Ly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages