ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ମିଳିଲା ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ମିଳିଲା ସୁରକ୍ଷା

ଇସ୍‌ଲାମାବାଦ: ପାକିସ୍ତାନରେ ଥିବା ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଦୁଇ ନାବାଳିକାଙ୍କ ଉପରେ ନିର୍ଯାତନା ଖବର ପଦାକୁ ଆସିବା ପରେ ସେଠାକାର ଇମ୍ରାନ୍‌ ସରକାରଙ୍କ ନିଦ ଭାଙ୍ଗିଛି। ଏହି ଦୁଇ ନାବାଳିକାଙ୍କୁ ଜୋରଜବରଦସ୍ତି ଧର୍ମାନ୍ତୀକରଣ କରାଯିବା ସହ ବିବାହ କରାଇ ଦିଆଯାଇଥିଲା।

ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆପତ୍ତି ଉଠାଇବା ସହ ନ୍ୟାୟ ପାଇଁ ପାକ୍‌ ସରକାରଙ୍କୁ ନିବେଦନ କରିଥିଲେ। ଏହାପରେ ଇସଲାମାବାଦ ହାଇକୋର୍ଟ ତୁରନ୍ତ ଦୁଇ ନାବାଳିକାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପାକ୍‌ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପାକ୍‌ ସରକାର ଏମାନଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ଜଣାପଡ଼ିଛି।

ରବୀନା(୧୩) ଓ ରୀନା(୧୫)ଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା। କିଛି ନିଦ୍ଦିଷ୍ଟ ଧର୍ମର ଲୋକ ଦୁଇ ଭଉଣୀଙ୍କୁ ସିନ୍ଧ ସ୍ଥିତ ଘୋଟକିଠାରୁ ଅପହରଣ କରିନେଇଥିଲେ। ଏହି ଅପହରଣ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଏମାନଙ୍କୁ ଜୋରଜବରଦସ୍ତି ବିବାହ କରିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା।

ଇସ୍‌ଲାମାବାଦ ହାଇକୋର୍ଟ ଏପ୍ରିଲ ୨ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ପାକ୍‌ ସରକାରଙ୍କୁ କହିଛନ୍ତି। ମାର୍ଚ୍ଚ ୨୦ରେ ଦୁଇ ଉଭଣୀଙ୍କ ପରିବାର ଲୋକ ଅପହରଣ ସଂକ୍ରାନ୍ତରେ ଅଭିଯୋଗ କରି ଏ‍ଫଆଇଆର ଦାଖଲ କରିଥିଲେ। ଏହାପରେ ପୁଲିସ୍‌ ଧର୍ମ ବଦଳାଇଥିବା ମୌଲବୀଙ୍କୁ ଗିରଫ କରିଥିଲା।



from Odisha Reporter https://ift.tt/2FAH5be

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages