
ପାଟନା: ବିହାର ପାଟନା ସାହିବ ସିଟ୍କୁ ନେଇ ବିଜେପିରେ ବିଦ୍ରୋହ ଦେଖା ଦେଇଛି। ବିଜେପି ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲେ ହେଁ ଆଜି ତାଙ୍କୁ ପାଟନା ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ପାଟନା ସାହିବରୁ ପ୍ରାର୍ଥୀ ହେବା ପରେ ଆଜି ପ୍ରଥମଥର ରବିଶଙ୍କର ପ୍ରସାଦ ବିହାର ଗସ୍ତ କରିଛନ୍ତି। ତେବେ ତାଙ୍କୁ ଏହି ଆସନ ପାଇଁ ଆଶାୟୀ ଥିବା ଅନ୍ୟତମ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଆରକେ ସିହ୍ନାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ।
ରବିଶଙ୍କର ପାଟନା ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ଆରକେ ସିହ୍ନାଙ୍କ ସମର୍ଥକମାନେ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେହିପରି ରବିଶଙ୍କର ପ୍ରସାଦ ଗୋ ବ୍ୟାକ୍ ସ୍ଲୋଗାନ ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏହାକୁ କିନ୍ତୁ ରବିଶଙ୍କର ପ୍ରସାଦଙ୍କ ସମର୍ଥକମାନେ ସହ୍ୟ କରିପାରି ନଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍କୁ ବାଧ୍ୟ ହୋଇ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା।
from Odisha Reporter https://ift.tt/2CEpQnA
No comments:
Post a Comment