ସିଟ୍‌ ଅଦଳ ବଦଳ କଲେ ମାନେକା ଓ ବରୁଣ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ସିଟ୍‌ ଅଦଳ ବଦଳ କଲେ ମାନେକା ଓ ବରୁଣ ଗାନ୍ଧି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ୧୦ମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ପାଇଁ ୩୯ ଜଣଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏଲକେ ଆଡଭାନୀଙ୍କ ଭଳି ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଦଳ ଏଥର ଟିକେଟ୍‌ ଦେଇନାହିଁ।

ସେ କାନପୁର ଆସନରୁ ଗତଥର ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଓ ପୁଅ ବରୁଣ ଗାନ୍ଧିଙ୍କ ସିଟ୍‌କୁ ବିଜେପି ପରସ୍ପର ମଧ୍ୟରେ ଅଦଳ ବଦଳ କରିଛି। ମାନେକା ଗାନ୍ଧି ସୁଲତାନପୁରରୁ ପ୍ରାର୍ଥୀ ହୋଇଥିବା ବେଳେ ପିଲିଭିଟ୍‌ରୁ ଦଳ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିଛି। ଉଭୟ ଗତଥର ବିଜୟୀ ହୋଇ ସଂସଦକୁ ଯାଇଥିଲେ।

ବିଜେପିର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଆଜି ଦଳୀୟ ମୁଖ୍ୟାଳୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଗାଜିପୁରରୁ ଗତଥର ଭଳି ଏଥର ମଧ୍ୟ ପ୍ରାର୍ଥୀ ହେବେ। ସେହିପରି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ରୀତା ବହୁଗୁଣା ଓ ସତ୍ୟଦେବ ପଚୌରୀଙ୍କୁ ଯଥାକ୍ରମେ ଆହ୍ଲାବାଦ ଓ କାନପୁରରୁ ପ୍ରାର୍ଥୀ କରାଯାଇଛି। ଅର୍ଥାତ ଶ୍ରୀ ଯୋଶୀଙ୍କ ବଦଳରେ ସତ୍ୟଦେବଙ୍କୁ ଦଳ ସେଠାରେ ଟିକେଟ୍‌ ଦେଇଛି।

ଆଜି ବିଜେପିରେ ସାମିଲ ହୋଇଥିବ ଖ୍ୟାତନାମା ଅଭିନେତ୍ରୀ ଜୟା ପ୍ରଦାଙ୍କୁ ପ୍ରତିଶ୍ରୁତି ମୁତାବକ ରାମପୁର ଆସନ ମିଳିଛି। ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ପୁଣିଥରେ ଚାନ୍ଦୁଲିରୁ ପ୍ରାର୍ଥୀ କରାଯାଇଛି।

ବିଜେପି ଆଜି ଉତ୍ତର ପ୍ରଦେଶର ୨୯ଟି ଓ ପଶ୍ଚିମବଙ୍ଗର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।



from Odisha Reporter https://ift.tt/2YsqTzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages