ରେଳଧାରଣା କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର; ଶିଶୁବଳି ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ରେଳଧାରଣା କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର; ଶିଶୁବଳି ସନ୍ଦେହ

dead

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ଼ ସହରର ବହିଦାରପଡ଼ା ସ୍ଥିତ ରେଳଧାରଣା କଡ଼ରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତଦେହରେ ଏକ କମ୍ବଳରେ ଘୋଡ଼ା ଯାଇଥିଲା। ତା’ ନିକଟରେ ଏକ କଣ୍ଡେଇ, ନଡ଼ିଆ ଓ କିଛି ପୂଜା ସାମଗ୍ରୀ ମଧ୍ୟ ପଡ଼ିଥିଲା। ମୃତଦେହଟି ପ୍ରାୟ ଚାରି ପାଞ୍ଚ ଦିନର ବୋଲି ଅନୁମାନ କରାଯାଉଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଶିଶୁବଳି ବୋଲି ସନ୍ଦେହ କରାଯାଉଛି।



from Odisha Reporter https://ift.tt/2Cm9U9f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages