ଶ୍ରୀସାନ୍ତଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ; ସାନି ଦଣ୍ଡବିଧାନ ପାଇଁ ବିସିସିଆଇକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଶ୍ରୀସାନ୍ତଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦ; ସାନି ଦଣ୍ଡବିଧାନ ପାଇଁ ବିସିସିଆଇକୁ ନିର୍ଦ୍ଦେଶ

shreesanth

ନୂଆଦିଲ୍ଲୀ: ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଏସ୍‌ ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ଏହା ସହିତ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ କୋର୍ଟ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି ଶ୍ରୀସାନ୍ତଙ୍କ ପାଇଁ ଦଣ୍ଡବିଧାନ ସ୍ଥିର କରିବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ରାୟ ଦିଲ୍ଲୀ ହାଇକୋର୍ଟରେ ଶ୍ରୀସାନ୍ତଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ତଳ କୋର୍ଟ ଶ୍ରୀସାନ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପରେ ଦିଲ୍ଲୀ ପୁଲିସ୍ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ ଏହି ମାମଲାରେ ହାଇକୋର୍ଟରେ ବିଚାରାଧୀନ ରହିଛି।

ଶ୍ରୀସାନ୍ତ ଫିକ୍ସିଂ ମାମଲାରେ ଫସି ଗିରଫ ହେବା ପରେ ବିସିସିଆଇ ତାଙ୍କ ଉପରେ ଆଜୀବନ ବାସନ୍ଦ ଲଗାଇଥିଲା। ସେ ଏହି ନିର୍ଦ୍ଦେଶ ବିରୋଧରେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେରଳ ହାଇକୋର୍ଟରେ ଏକ ବେଞ୍ଚ୍ ତାଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦକୁ ବଳବତ୍ତର ରଖିବାକୁ ରାୟ ଦେବା ପରେ ଶ୍ରୀସାନ୍ତ ଏହାକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।



from Odisha Reporter https://ift.tt/2UBbVpa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages