ବିସିସିଆଇ ପ୍ଲେୟାର୍‌ କଣ୍ଟ୍ରାକ୍ଟରେ ରୋହିତ-ବିରାଟଙ୍କ ସମକକ୍ଷ ହେଲେ ବୁମ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିସିସିଆଇ ପ୍ଲେୟାର୍‌ କଣ୍ଟ୍ରାକ୍ଟରେ ରୋହିତ-ବିରାଟଙ୍କ ସମକକ୍ଷ ହେଲେ ବୁମ୍ରା

ନୂଆଦିଲ୍ଲୀ: ଡେଥ୍ ଓଭରରେ ଚମତ୍କାର ପ୍ରଦର୍ଶନ କରିଆସିଥିବା ଦ୍ରୁତ ବୋଲର ଜଶ୍‌ପ୍ରୀତ୍‌ ବୁମ୍ରାଙ୍କ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛି ବିସିସିଆଇ। ଗତ ଗୁରୁବାର ଦିନ ଅଷ୍ଟ୍ରେଲିଆ ବୁମ୍ରାଙ୍କ ଦମ୍‌ଦାର୍‌ ବୋଲିଂକୁ ନେଇ ବିସିସିଆଇ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ସ୍ୱରୂପ ବିସିସିଆଇ ଯୁବ ଦ୍ରୁତ ବୋଲର୍‌ ବୁମ୍ରାଙ୍କୁ ଆନୁଆଲ୍‌ ପ୍ଲେୟାର୍‌ କଣ୍ଟ୍ରାକ୍ଟସ୍‌ର ଏ-ପ୍ଲସ୍‌ କ୍ୟାଟେଗୋରୀରେ ଅର୍ନ୍ତଭୁକ୍ତ କରିଛନ୍ତି।

୨୦୧୮ ମସିହା ଅକ୍ଟୋବର ମାସରୁ ୨୦୧୯ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି କଣ୍ଟ୍ରାକ୍ଟସ୍‌ର ଅବଧି ରହିଛି। ବୁମ୍ରା ଅଧିନାୟକ ବିରାଟ୍‌ କୋହଲି ଏବଂ ତାଙ୍କ ଡେପୁଟୀ ରୋହିତ୍‌ ଶର୍ମାଙ୍କ ସହ ତୃତୀୟ ଖେଳାଳି ଭାବେ ଏହି ୭ କୋଟି ଟଙ୍କାର ଏ-ପ୍ଲସ୍‌ କ୍ୟାଟେଗୋରୀରେ ସାମିଲ ହୋଇଛନ୍ତି।

୨୦୧୧ ମସିହା ବିଶ୍ୱକପ୍‌ ବିଜୟର ନେତୃତ୍ୱ ନେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୫ କୋଟି ଟଙ୍କାର ଏ-କ୍ୟାଟେଗୋରୀରେ ଅର୍ନ୍ତଭୁକ୍ତ କରାଯାଇଛି। ଧୋନିଙ୍କ ସହ ଟିମ୍‌ ଇଣ୍ଡିଆର ଆଉ ୧୦ଜଣ ଖେଳାଳି ମଧ୍ୟ ଅଛନ୍ତି।

ଏ-କ୍ୟାଟେଗୋରୀରେ ଥିବା ଅନ୍ୟ ଖେଳାଳି ମାନେ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱୀନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶିଖର୍‌ ଧୱନ୍‌, ମହମ୍ମଦ ଶାମି, ଇଶାନ୍ତ ଶର୍ମା ଓ କୁଲଦୀପ୍‌ ଯାଦବ।

ଏକ ଟିଭି ଶୋ’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ କୋଟି ଟଙ୍କାର ବି-କ୍ୟାଟେଗୋରୀରେ ଅର୍ନ୍ତଭୁକ୍ତ କରାଯାଇଛି। ଫାଷ୍ଟ ବୋଲର୍‌ ଉମେଶ ଯାଦବ ଓ ସ୍ପିନର୍‌ ୟୁଜ୍‌ଭେନ୍ଦ୍ର ଚହଲ୍‌ ମଧ୍ୟ ଏହି କ୍ୟାଟେଗୋରୀରେ ଅଛନ୍ତି।

କୋଟିଏ ଟଙ୍କାର ସି-କ୍ୟାଟେଗୋରୀରେ କେଦାର ଯାଦବ, ଅମ୍ବାତି ରାୟଡୁ, ମନୀଶ ପାଣ୍ଡେ, ହନୁମା ବିହାରୀ, ଖଲିଲ୍‌ ଅହମ୍ମଦ ଏବଂ ରିଦ୍ଧିମାନ୍‌ ଶାହ ରହିଛନ୍ତି।

ସେହିପରି ମହିଳା କ୍ରିକେଟ୍‌ ଟିମ୍‌ରେ ମିତାଲି ରାଜ୍‌, ହରମନ୍‌ପ୍ରୀତ୍‌ କୌର, ସ୍ମୃତି ମାନ୍ଧନା ଓ ପୁନମ୍‌ ଯାଦବଙ୍କୁ ୫୦ ଲକ୍ଷ ଟଙ୍କାର ଏ-କ୍ୟାଟେଗୋରୀ କଣ୍ଟ୍ରାକ୍ଟସ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି।

ଅନ୍ୟପକ୍ଷରେ ଏକ୍‌ତା ବିଶ୍ଟ, ଝୁଲନ୍ ଗୋସ୍ୱାମୀ, ଶିଖା ପାଣ୍ଡେ, ଦୀପ୍ତି ଶର୍ମା ଓ ଜେମିମା ରୋଡ୍ରିଗ୍‌ସ୍‌ଙ୍କ ନାଁ ୩୦ ଲକ୍ଷ ଟଙ୍କାର ବି-କ୍ୟାଟେଗୋରୀରେ ରହିଛି। ରାଧା ଯାଦବ, ଡି ହେମଲତା, ଅନୁଜା ପାଟିଲ୍‌, ବେଦ କ୍ରିଷ୍ଣାମୂର୍ତ୍ତି, ମାନସୀ ଯୋଶୀ, ପୁନମ୍‌ ରାଉତ, ମୋନା ମେଶରମ୍‌, ଅରୁନ୍ଧତୀ ରେଡ୍ଡୀ, ରାଜେଶ୍ୱରୀ ଗାଏକ୍ୱାଡ୍‌, ତାନିଆ ଭଟିଆ ଓ ପୂଜା ଭସ୍ତ୍ରକାରଙ୍କୁ ୧୦ ଲକ୍ଷ ଟଙ୍କାର ସି-କ୍ୟାଟେଗୋରୀରେ ସାମିଲ କରାଯାଇଛି।



from Odisha Reporter https://ift.tt/2SPCXaz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages