ଘାଟିରେ ଜଳିଗଲା ବସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଘାଟିରେ ଜଳିଗଲା ବସ୍

bus

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ଜଳି ଯାଇଛି। ବସ୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍‌ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍‌ ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ ଯାଉଥିଲେ। ଡ୍ରାଇଭର ବାଙ୍ଗିରିପୋଷି ଘାଟିରେ ବସ୍‌ଟିକୁ ରଖି ଦୁଆରଶୁଣି ମନ୍ଦିରକୁ ପୂଜା କରିବାକୁ ଯାଇଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ତେବେ ବସ୍‌ଟି ଅଟକିବା ପରେ କିଛି ଯାତ୍ରୀ ଓହ୍ଲାଇ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଆଉ କିଛି ବାହାରେ ବୁଲାବୁଲି କରୁଥିଲେ। ଏହି ସମୟରେ ବସ୍‌ରୁ ହଠାତ୍ ଧୂଆଁ ବାହାରିଲା। କେହି କିଛି ବୁଝିବା ପୂର୍ବରୁ ବସ୍‌ଟି ହୁ ହୁ ହୋଇ ଜଳିବାକୁ ଆରମ୍ଭ କରିଥିଲା।

bus1ବାଙ୍ଗରିପୋଷିରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଘଟଣା ପାଇଁ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।



from Odisha Reporter https://ift.tt/2NMbiGL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages