କଟକ ଚଣ୍ଡିଙ୍କ ଆଶୀର୍ବାଦ ନେଲେ ପ୍ରକାଶ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

କଟକ ଚଣ୍ଡିଙ୍କ ଆଶୀର୍ବାଦ ନେଲେ ପ୍ରକାଶ ମିଶ୍ର

କଟକ(ଓଡ଼ିଶା ରିପୋର୍ଟର): କଟକ ଲୋକସଭା ନିର୍ବାଚନିମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଓଡ଼ିଶା ପୁଲିସ ଡିଜି ପ୍ରକାଶ ମିଶ୍ର। ଆଜି ସେ କଟକ ଆସି ମାଆ ଚଣ୍ଡିଙ୍କ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ କଟକ-ବାରବାଟୀ ବିଧାନସଭା ପ୍ରାର୍ଥୀ ସମୀର ଦେ, କଟକ-ଚୌଦ୍ୱାର ପ୍ରାର୍ଥୀ ନୟନ ମହାନ୍ତି ଓ କଟକ ସଦର ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକ ରହିଥିଲେ। ସେମାନେ ଦଳୀୟ କର୍ମୀଙ୍କ ଗହଣରେ ଯାଇ ଚଣ୍ଡି ମନ୍ଦିରରେ ପୂଜା କରିବା ସହ ମାଆଙ୍କ ଆଶିଷ ଭିକ୍ଷା କରିଥିଲେ। କଟକରେ ବିଜେପି କିପରି ବିଜୟ ବାନା ଉଡ଼ାଇବ ସେଥିପାଇଁ ପ୍ରାର୍ଥନା କରିଥିଲେ।

ଆସନ୍ତାକାଲିଠାରୁ କଟକରେ ବିଜେପି ତା’ର ପ୍ରଚାର ଅଭିଯାନ ଆରମ୍ଭ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ବିଜେପି ଭୋଟରଙ୍କ ପାଖକୁ ଯିବ ବୋଲି କହିଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର।

ସେ କହିଛନ୍ତି-“ରାଜ୍ୟ ପୁଲିସରେ ଥିଲା ବେଳେ ଲୋକଙ୍କ କାମ କରୁଥିଲି। ଏବେ ମଧ୍ୟ ଲୋକଙ୍କ ପାଇଁ କାମ କରିବି। ଏଥିପାଇଁ ପରିଶ୍ରମ ଓ ନିଷ୍ଠା ଆବଶ୍ୟକ। ମାଆଙ୍କ ଆଶୀର୍ବାଦ ଓ କଟକବାସୀଙ୍କ ଆଶୀର୍ବାଦ ଯୋଗୁ ସଫଳ ହେବି ବୋଲି ଭାବୁଛି।”



from Odisha Reporter https://ift.tt/2CEZgKV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages