ଫସିଲେ କୋଲକାତାର ପୂର୍ବତନ ପୁଲିସ କମିଶନର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଫସିଲେ କୋଲକାତାର ପୂର୍ବତନ ପୁଲିସ କମିଶନର!

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଆଜି ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ଏହି ରିପୋର୍ଟରେ ସିବିଆଇ କିଛି ସାଂଘାତିକ ଘଟଣାର ଖୁଲାସା କରିଥିବା ସୁପ୍ରିମକୋର୍ଟ କହିଛନ୍ତି।

ଆଜି ସିବିଆଇ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏହାକୁ ତନ୍ନତନ୍ନ କରି ପଢ଼ିଥିଲେ। ଏହାପରେ ସେ ଏଥିରେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା କହିଛନ୍ତି। କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପରେ ସିବିଆଇ ଏଭଳି ତଥ୍ୟ ହାସଲ କରିଛି। ସେ ଜେରା ବେଳେ ବହୁ ଗୁମର ଖୋଲିଥିବା କଥା ମଧ୍ୟ ରିପୋର୍ଟରେ ରହିଛି।

ଜଷ୍ଟିସ୍‌ ଗୋଗୋଇ କହିଛନ୍ତି, “ଏହି ରିପୋର୍ଟରେ ଏମିତି କିଛି ତଥ୍ୟ ରହିଛି, ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏଥିରେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା କରାଯାଇଛି।”

ଏହାପରେ ଜଷ୍ଟିସ୍‌ ଗୋଗୋଇ ସିବିଆଇକୁ ଶ୍ରୀ କୁମାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ ଦାଖଲ କରିବାକୁ କହିଛନ୍ତି। ଶାରଦା ଚିଟ୍‌ଫଣ୍ଡର ତଦନ୍ତ କରୁଥିବା ଏସ୍‌ଆଇଟିରେ ଶ୍ରୀ କୁମାର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ଅନେକ ତଥ୍ୟ ହେରଫେର କରିଥିବା ସିବିଆଇ ତା’ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆସନ୍ତା ୧୦ ଦିନ ବିରୋଧରେ ଆବେଦନ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି। ସିବିଆଇ ୧୦ ଦିନ ମଧ୍ୟରେ ଆବେଦନ କରିବା ପରେ ଶ୍ରୀ କୁମାର ଏବଂ ସିବିଆଇ ରିପୋର୍ଟରେ ଯେଉଁ ଯେଉଁ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛି ସେମାନେ ୭ ଦିନ ମଧ୍ୟରେ ଏହାର ଜବାବ ଦେବେ।

ସିବିଆଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିବାରୁ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦିଷ୍ଟ ରୁଲିଂ ଦେବାକୁ ମନାକରିଦେଇଛନ୍ତି। ଅନ୍ୟ ପକ୍ଷଙ୍କୁ ଶୁଣିବା ପରେ ଯାଇ କୋର୍ଟ ରୁଲିଂ ଦେବେ ବୋଲି କହିଛନ୍ତି।

ଫେବୃଆରୀ ୪ରେ ସିବିଆଇର ଏକ ଟିମ୍‌ ରାଜୀବ କୁମାରଙ୍କୁ ଜେରା କରିବାକୁ ତାଙ୍କ କୋଲକାତା ସ୍ଥିତ ବାସଭବନରେ ପହଞ୍ଚିଥିଲା। କିନ୍ତୁ ଏହାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଏପରି କି ରାଜୀବ କୁମାରଙ୍କ ସପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ। ସିବିଆଇ ଅଧିକାରୀମାନଙ୍କୁ ପୁଲିସ୍‌ ଅଟକ ମଧ୍ୟ ରଖିଥିଲା। ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ସିବିଆଇ ତଦନ୍ତରେ ରାଜୀବ କୁମାରଙ୍କୁ ସହଯୋଗ କରିବାକୁ କହିଥିଲେ। ମମତାଙ୍କ ସମର୍ଥକ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରେଳ ରୋକ୍ ଏବଂ ଆନ୍ଦୋଳନ କରିଥିଲେ।

 

 

 



from Odisha Reporter https://ift.tt/2UX2HDN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages