ବିଜେପିରେ ଯୋଗ ଦେବେ ସନ୍ନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବିଜେପିରେ ଯୋଗ ଦେବେ ସନ୍ନି !

ମୁମ୍ବାଇ: ଲୋକସଭା ନିର୍ବାଚନ ଆଗରୁ ରାଜନୈତିକ ପାର୍ଟିମାନେ ବଲିଉଡ୍‌ ଷ୍ଟାର୍‌ଙ୍କୁ ନିଜ ନିଜ ପାର୍ଟିରେ ନେଇ ପ୍ରଚାର ଜୋରଦାର କରିବାକୁ ଉଦ୍ୟମ କରିଥାନ୍ତି। ଆଉ ଏବେ ଏହି ଚର୍ଚ୍ଚାରେ ବଲିଉଡ୍‌ ଷ୍ଟାର୍‌ ସନ୍ନି ଦେୱଲ୍‌ ଯୋଡ଼ି ହୋଇଯାଇଛନ୍ତି। ସନ୍ନି ଦେୱଲ୍‌ ମଧ୍ୟ ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି। ବିଜେପି ତାଙ୍କୁ ପଞ୍ଜାବର ଗୁରୁଦାସପୁର ସିଟ୍‌ ପାଇଁ ଟିକେଟ୍‌ ଦେବାକୁ ଚାହୁଁଛି।

ଏକ ମିଡିଆ ରିପୋର୍ଟ ଅନୁସାରେ, ବିଜେପି ସନ୍ନି ଦେୱଲ୍‌ଙ୍କ ସହ ଏହି ବିଷୟରେ କଥାବାର୍ତ୍ତା କରିଛି। କିନ୍ତୁ  ସେ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏଥିପାଇଁ ଏହା ସଠିକ୍‌ ଭାବେ ଜଣାପଡ଼ିନାହିଁ ଯେ, ସନ୍ନି ବିଜେପିରେ ଯୋଗ ଦେବେ ନା ନାହିଁ।

ଏହା ପୂର୍ବରୁ ବିଜେପିରୁ ଅଭିନେତା ବିନୋଦ ଖାନ୍ନା ୪ଥର ଗୁରୁଦାସପୁରରୁ ସାଂସଦ ହୋଇଛନ୍ତି। ୨୦୧୭ ରେ ବିନୋଦ ଖାନ୍ନାଙ୍କ ମୃତ୍ୟୁ ପରେ ସେହି ସିଟ୍‌ କଂଗ୍ରେସ ହାତକୁ ଚାଲି ଯାଇଥିଲା। ୨୦୧୭ ଉପ ନିର୍ବାଚନରେ ସେହି ସ୍ଥାନରେ କଂଗ୍ରେସ୍‌ରୁ ସୁନିଲ୍‌ କୁମାର ଜାଖର୍‌ ଜିତିଥିଲେ। ଆପଣ ଏହା ମଧ୍ୟ ଜାଣିଥିବେ ଯେ, ସନ୍ନି ଦେୱଲ୍‌ଙ୍କ ବାପା ଧର୍ମେନ୍ଦ୍ର ଏବଂ ସାବତ ମା’ ହେମା ମାଲିନୀଙ୍କର ମଧ୍ୟ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ବହୁ ଖାତିର ଅଛି।

ଧର୍ମେନ୍ଦ୍ର ପୂର୍ବରୁ ୨୦୦୪ରେ ବିଜେପି ଟିକେଟ୍‌ରେ ରାଜସ୍ଥାନର ବିକାନେର୍‌ ନାମକ ସ୍ଥାନରୁ ନିର୍ବାଚନ ଲଢ଼ି ଜିତିଥିଲେ। ସେହିପରି ହେମା ମାଲିନୀ ମଧ୍ୟ ଏବେ ମଥୁରାରେ ବିଜେପି ସାଂସଦ ଅଛନ୍ତି। ୬୨ ବର୍ଷିୟ ସନ୍ନି ଏବେ ମଧ୍ୟ ସିନେମା ଜଗତରେ ଆକ୍ଟିଭ୍‌ ଅଛନ୍ତି। ପୂର୍ବ ବର୍ଷ ତାଙ୍କର ପିଲ୍ମ “ୟମଲା ପଗଲା ଦିୱାନ୍ ଫିର୍‌ ସେ” ଫିଲ୍ମ ଆସିଥଲା।

ଏହା ସହ ସେ ବହୁତ ଜଲ୍‌ଦି ତାଙ୍କ ପୁଅ କରନ୍‌ ଦେୱଲ୍‌ଙ୍କୁ ବଲିଉଡ୍‌ରେ ଡେବ୍ୟୁ କରାଇବେ। ସନ୍ନି ଡାଇରେକ୍ଟ କରିଥିବା ଫିଲ୍ମ “ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌” କରନ୍‌ଙ୍କ ଡେବ୍ୟୁ ଫିଲ୍ମ ହେବ। ଏହି ଫିଲ୍ମର କିଛି ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି।



from Odisha Reporter https://ift.tt/2utZdNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages