ଡାକ୍ତର ନଥିଲେ ବୋଲି ଚାଲିଗଲା ଜୀବନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଡାକ୍ତର ନଥିଲେ ବୋଲି ଚାଲିଗଲା ଜୀବନ!

protest

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ପୋଖରୀରେ ବୁଡ଼ି ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମୃତ ରୋଗୀଙ୍କ ନାଁ ରଙ୍କ ପରିଡ଼ା। ତାଙ୍କ ଘର ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ।

ଆଜି ଭୋର ସମୟରେ ରଙ୍କ ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ କେହି ଡାକ୍ତର ନ ଥିବା ଯୋଗୁଁ ଚିକିତ୍ସିତ ହୋଇ ନପାରି ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ଧରି ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଦିଗପହଣ୍ଡି ଓ ପାଟପୁର ଥାନା ପୁଲିସ୍‌ ପହଞ୍ଚି ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା।

ଡାକ୍ତରଖାନାରେ ୭ ଜଣ ଡାକ୍ତର ନିଯୁକ୍ତ ହୋଇଥିବା ବେଳେ ଜଣେ ବି ଡାକ୍ତର ଆସୁ ନ ଥିବା ଗାଁ ଲୋକେ ଅଭିଯୋଗ କରିଥିଲେ।



from Odisha Reporter https://ift.tt/2EYtUQM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages