
ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ସରକାର ଓ ପାକ୍ ଗଣମାଧ୍ୟମ ଚଳାଇଥିବା ଅପ୍ରଚାରର ଜବାବ ଆଜି ନୂଆଦିଲ୍ଲୀ ଦେଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି।
ସେ କହିଛନ୍ତି, ଖାଲି କଥାରେ ନୟା ପାକିସ୍ତାନ କହିଲେ ଚଳିବ ନାହିଁ। ନୟା ପାକିସ୍ତାନର ଭାବନା ଆତଙ୍କବାଦ ବିରୋଧରେ ମଧ୍ୟ ନୂଆ ହେବା ଦରକାର। ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦ ଓ ସେମାନଙ୍କ କ୍ୟାମ୍ପ ବିରୋଧରେ ଇମ୍ରାନ୍ ଖାନ୍ ସରକାର ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”
ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ସୂଚନା ଦେଇ ରବିଶ କୁମାର କହିଛନ୍ତି, “ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଭାରତ ପକ୍ଷରୁ ପାକିସ୍ତାନରେ ଥିବା ଜୈଶ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା ବରଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ରହିଥିଲା। କିନ୍ତୁ ପାକିସ୍ତାନ ଏହାର ବଦଲା ନେବାକୁ ଏଫ୍-୧୬ ଜରିଆରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଯାହାକୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ୍-୨୧ ଦ୍ୱାରା ଗୁଳି କରି ଖସାଇ ଦେଇଥିଲେ।
ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ସ୍ଥାନୀୟ ଲୋକମାନେ ମଧ୍ୟ ଦେଖିଛନ୍ତି। ପାକିସ୍ତାନ ବାୟୁସେନା ବ୍ୟବହାର କରିଥିବା ଏଫ୍-୧୬ ଆମ୍ରାମ(ମିସାଇଲ୍)କୁ ମଧ୍ୟ ଆମେ ପ୍ରମାଣ ସ୍ୱରୂପ ସମସ୍ତଙ୍କୁ ଦେଖାଇଛୁ। ପାକିସ୍ତାନ ଗୁଳିରେ ଦୁଇଟି ନୁହେଁ, ବରଂ ଭାରତର ଗୋଟିଏ ବିମାନ ନଷ୍ଟ ହୋଇଛି। ତେଣୁ ପାକିସ୍ତାନ ମିଛ କହିବା ବନ୍ଦ କରୁ। ଯଦି ପାକିସ୍ତାନ କହୁଛି, ଭାରତର ଦୁଇଟି ବିମାନ ଖସାଇଛି, ତା’ହେଲେ ତା’ର ପ୍ରମାଣ ଦେବା ଦରକାର।
ପୁଲୱାମା ଆତଙ୍କୀ ହମ୍ଲା ପଛରେ ଜୈଶ ରହିଥିବା ଉକ୍ତ ଆତଙ୍କୀ ସଂଗଠନ ସ୍ୱୀକାର କରିଛି। ହେଲେ ପାକିସ୍ତାନ ଜୈଶର ସମର୍ଥନ କରିଆସିଛି। ଜୈଶ ବେଶ ଆରାମରେ ପାକିସ୍ତାନରେ ସକ୍ରିୟ ରହିଛି। ପାକିସ୍ତାନ ତା’ ମାଟିରେ ଆତଙ୍କବାଦକୁ ରୋକିବା ପାଇଁ କାର୍ଯ୍ୟ କରୁ। ପାକିସ୍ତାନ ଜୈଶର ମୁଖପାତ୍ର ଭଳି କାର୍ଯ୍ୟ ନ କରୁ।”
ପାକିସ୍ତାନ ସରକାର ଜୈଶ ସଂଗଠନ ପୁଲୱାମା ଆତଙ୍କବାଦୀ ହମ୍ଲା ପଛରେ ନାହିଁ ବୋଲି କହିଛି।
from Odisha Reporter https://ift.tt/2NRTo5n
No comments:
Post a Comment