
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀ। ପୂର୍ବରୁ ତାଙ୍କର ୪ ଥର ବଢିଥିଲା କାର୍ଯ୍ୟକାଳ। ପଞ୍ଚମ ଥର କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ। କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଅମିୟଙ୍କ ଚାକିରି କାର୍ଯ୍ୟକାଳ ବଢ଼ାଇବା ନେଇ ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଶେଷରେ ତାଙ୍କ ଅବସର ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଭିନ୍ନ ଦଫାରେ ୨୦୧୩ ଏପ୍ରିଲରୁ ୧ରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୁଦାୟ ୪ ଥର ବଢ଼ିଛି ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ। ଅନ୍ୟପକ୍ଷରେ ଅମିୟଙ୍କ କାର୍ଯ୍ୟକାଳ ବଢ଼ାଇବା ଲାଗି ବିଧାନସଭା ଚାକିରି ନିୟମରେ ପରିବର୍ତ୍ତନ କରାଯାଇଥିବା ଓ ବିଧାନସଭାରେ ଯୁଗ୍ମ ସଚିବ, ଉପ ଶାସନ ସଚିବ ଓ ଅତିରିକ୍ତ ସଚିବ ଭଳି ୫ଟି ପଦବୀକୁ ଜାଣିଶୁଣି ପୂରଣ କରାଯାଉନଥିବା ଅଭିଯୋଗ ହୋଇଥିଲା। ଏହାସତ୍ତ୍ୱେ ମଧ୍ୟ ତାଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବା ଲାଗି ସୁପାରିସ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
from Odisha Reporter https://ift.tt/2JVa5i7
No comments:
Post a Comment