
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଆଜି ଦଳୀୟ ଟିକେଟ ବଣ୍ଟା ଅସନ୍ତୋଷକୁ ନେଇ ରାଜ୍ୟ ମୁଖ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଉପସ୍ଥିତିରେ ମହିଳା କଂଗ୍ରେସର କିଛି କର୍ମୀ ଆଜି କଂଗ୍ରେସ ଭବନରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ତେବେ ଭଦ୍ରକ ଜିଲ୍ଲାର ଆଉ କିଛି କଂଗ୍ରେସ କର୍ମୀ ଗେଟ୍ ଖୋଲି କଂଗ୍ରେସ ଭବନ ଭିତରେ ପ୍ରବେଶ କରିବାରୁ ଏହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସୁମିତ୍ରାଙ୍କୁ କିଛି ଲୋକ ଟଣାଓଟରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ପିସିସି ସଭାପତିଙ୍କ ପ୍ରରୋଚନାରେ ଏଭଳି କରାଯାଇଛି ଏବଂ ଘଟଣା ସମ୍ପର୍କରେ ସେ ମହିଳା ଥାନାରେ ଏତଲା ଦେବେ ବୋଲି ସୁମିତ୍ରା କହିଛନ୍ତି।
ସୁମିତ୍ରାଙ୍କ ଅଭିଯୋଗ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2I3WMJI
No comments:
Post a Comment