
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କ ସଂଖ୍ୟାରେ ପଶ୍ଚିମବଙ୍ଗ ଆଗରେ ରହିଛି। ଏହାପରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ରହିଛନ୍ତି। ନିର୍ବାଚନ ଆୟୋଗର ଗଣନା ଅନୁସାରେ ପଶ୍ଚିମବଙ୍ଗରେ ଏଥର ୨୦.୧ ଲକ୍ଷ ନୂଆ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ।
ସେହିପରି ଉତ୍ତର ପ୍ରଦେଶରେ ୧୬.୭ ଲକ୍ଷ ଓ ମଧ୍ୟ ପ୍ରଦେଶରେ ୧୩.୬ ଲକ୍ଷ ନୂଆ ଭୋଟର ରହିଛନ୍ତି।
୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଏଥର ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ୮.୪ କୋଟିରେ ପହଞ୍ଚିଛି।
ଏଥିରେ କେବଳ ୧୮ ରୁ ୧୯ ବର୍ଷ ବୟସ ଥିବା ୧.୫ କୋଟି ନୂଆ ଭୋଟର ରହିଛନ୍ତି।
ନୂଆ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ସଂଖ୍ୟାଠାରୁ ୧.୬୬ ପ୍ରତିଶତ ବୋଲି ଜଣାପଡ଼ିଛି।
ରାଜସ୍ଥାନରେ ୧୨.୮ ଲକ୍ଷ, ମହାରାଷ୍ଟ୍ରରେ ୧୧.୯ ଲକ୍ଷ, ତାମିଲନାଡୁରେ ୮.୯ ଲକ୍ଷ ତଥା ଆନ୍ଧ୍ର ପ୍ରଦେଶରେ ୫.୩ ଲକ୍ଷ ନୂଆ ଭୋଟର ରହିଛନ୍ତି।
ସେହିପରି ଦିଲ୍ଲୀରେ ନୂଆ ଭୋଟରଙ୍କ ସଂଖ୍ୟା ୯୭, ୬୮୪ ରହିଛି। ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଲୋକସଭା ନିର୍ବାଚନ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମେ’ରେ ଶେଷ ହେବ ଏବଂ ୨୩ ମେ’ରେ ଭୋଟ ଗଣନା ହେବ।
from Odisha Reporter https://ift.tt/2VYUcbq
No comments:
Post a Comment