ନିର୍ବାଚନ ପ୍ରଚାରରେ ସାମିଲ ହେଲା ମିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ନିର୍ବାଚନ ପ୍ରଚାରରେ ସାମିଲ ହେଲା ମିଠା

କୋଲକାତା:ସାରା ଦେଶରେ ଯେ ନିର୍ବାଚନୀ ହାୱା ବହୁଛି  ପଶ୍ଚିମବଙ୍ଗର ମିଠା ଦୋକାନକୁ ଗଲେ ଆପଣ ବେଶ ଜାଣି ପାରିବେ। ନିର୍ବାଚନକୁ ଆଖିରେ ରଖି କୋଲକାତାର ମିଠା ଦୋକାନୀମାନ ସ୍ୱତନ୍ତ୍ର ପ୍ରକାର ମିଠା ପ୍ରସ୍ତୁତ କରୁଛନ୍ତି । ଦୋକାନରେ ଥିବା ସନ୍ଦେଶ ଏବଂ ଅନ୍ୟ ବଙ୍ଗାଳୀ ମିଠାମାନଙ୍କରେ ରହିଛି ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଚିହ୍ନ ।

କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଦଳ ପାଇଁ ଯେଉଁ ସ୍ୱତନ୍ତ୍ର ମିଠା ପ୍ରସ୍ତୁତ ହୋଇଛି ସେଥିରେ ରହିଛି ଘାସ ଏବଂ ତା ଉପରେ ଦୁଇଟି ଫୁଲ। ସେହିପରି ବିଜେପି ମିଠାର ରଙ୍ଗ ହୋଇଛି କମଳା। ସେତିକି ନୁହେଁ, ଏହା ଉପରେ ସବୁଜ ରଙ୍ଗର ଏକ ପଦ୍ମ ଫୁଲ ମଧ୍ୟ ରହିଛି ।

ରାଜ୍ୟରେ କଂଗ୍ରେସ ଓ ବାମ ଦଳର ମେଣ୍ଟ ଯଦିଓ ହୋଇନାହିଁ, ତଥାପି ମିଠାରେ ମେଣ୍ଟର ଚିହ୍ନ ଦେଖିବାକୁ ମିଳିଛି। ଏହ ମିଠାରେ କଂଗ୍ରେସର ହାତ ଚିହ୍ନ ସହ ରହିଛି ଲାଲ ରଙ୍ଗର ହାତୁଡ଼ି, ସ୍ମାଇଲ ଏବଂ ତାରାର ଚିହ୍ନ ଯାହା ସିପିଆଇ(ଏମ)ର ଚିହ୍ନ।

ଜଣେ ମିଠା ଦୋକାନୀ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନିର୍ବାଚନକୁ ଆଖିରେ ରଖି ସେ ଏପରି ସ୍ୱତନ୍ତ୍ର ମିଠା ପ୍ରସ୍ତୁତ କରୁଛନ୍ତି। ତାଙ୍କ ପାଇଁ ସବୁ ଦଳ ସମାନ। ତେଣୁ ସବୁ ଦଳର ଗ୍ରାହକଙ୍କ ପାଇଁ ସେ ସବୁ ପ୍ରକାର ଚିହ୍ନ ଥିବା ମିଠା ପ୍ରସ୍ତୁତ କରିଛନ୍ତି।



from Odisha Reporter https://ift.tt/2Cl6ByU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages